ଦେଶକୁ ମିଳିବ ଆଉ ଏକ ଭ୍ୟାକ୍ସିନ, ଡିସିଜିଆଇ ରୁଷିଆର ସ୍ପୁଟନିକ ଲାଇଟକୁ ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ,୫ ।୨: ଦେଶରେ ଏବେ କରୋନାର ସ୍ଥିତି ଚିନ୍ତାଜନକ ରହିଛି । ଏପଟେ ଏହାଠାରୁ ଦୂରେଇ ରହିବାର ଗୋଟିଏ ଉପାୟ ହେଉଛି ଟିକାକରଣ । ଦୁଇଟି ଯାକ ଟିକା ନେବା ଜରୁରୀ । ଏପଟେ ଦେଶକୁ ଆଉ ଏକ ଭ୍ୟାକ୍ସିନ ମିଳିବାର ସଙ୍କେତ ମିଳିଯାଇଛି । ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ(ଡିସିଜିଆଇ)ର ବିଶେଷ ସମିତି ରୁଷିଆର ସ୍ପୁଟନିକ ଲାଇଟ ୱାନ-ସଟ କରୋନା ଭ୍ୟାକ୍ସିନକୁ ମଞ୍ଜୁରୀ ପ୍ରଦାନ କରିଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ଏବେ ପର୍ଯ୍ୟନ୍ତ ୧୬୮.୪୭ କୋଟି ଲୋକ କରୋନା ଭ୍ୟାକ୍ସିନ ନେଇ ସାରିଲେଣି । ଗତ ୨୪ ଘଣ୍ଟାରେ ୫୫ ଲକ୍ଷ ଲୋକଙ୍କର ଟିକାକରଣ କରାଯାଇଛି । ଦେଶରେ ଶୁକ୍ରବାର ୧.୪୯ ଲକ୍ଷ ନୂଆ ସଂକ୍ରମିତ ସାମ୍ନାକୁ ଆସିଥିବା ବେଳେ ଏହି ସଂଖ୍ୟା ଗୁରୁବାର ଅପେକ୍ଷା ୧୩ ପ୍ରତିଶତ କମ ।

Share