Categories: ଖେଳ

ଡିସିର ବ୍ୟାଟିଂ ଲାଇନ ବିପର୍ଯ୍ୟସ୍ତ, ୨୩ ରନରେ ଜିତିଲା ଆରସିବି…

ବେଙ୍ଗାଲୁରୁ,୧୫।୪ : ଆଇପିଏଲ ସିରିଜ ୧୬ର ୨୦ତମ ମ୍ୟାଚ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ୨୩ ରନରେ ବିଜୟ ହାସଲ କରିଛି।

ବେଙ୍ଗାଲୁରୁର ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଡିସି ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟିମ ଅଧିନାୟକ ଡେଭିଡ ଓ୍ବାର୍ନରଙ୍କ ନେତୃତ୍ୱରେ ଦଳ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବାବେଳେ ଆରସିବି ଟିମ ଅଧିନାୟକ ଫାଫ ଡୁପଲେସିସଙ୍କ ନେତୃତ୍ୱରେ ବ୍ୟାଟିଂ ଆରମ୍ଭ କରିଥିଲା।

ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଡିସି ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୫୧ ରନ କରିଥିଲା। ଡିସି ପକ୍ଷରୁ ଡେଭିଡ ଓ୍ବାର୍ଣ୍ଣର ୧୯ ରନ କରିଥିବାବେଳେ, ମନିଶ ପାଣ୍ଡେ ୫୦ , ଅକ୍ଷର ପଟେଲ ୨୧, ଅମନ ହକିମ ଖାଁ ୧୮, ଆନରିଚ ନୋର୍ଟେଜି ୨୩ ରନ କରିଥିଲେ।

ଧାର୍ଯ୍ୟ ୨୦ ଓଭରରେ ଆରସିବିି ୬ ଓ୍ବିକେଟ ହରାଇ ୧୭୪ ରନ କରିଥିଲା। ଫଳରେ ଡିସି ପାଇଁ ବିଜୟ ଲକ୍ଷ୍ୟ ୧୭୫ ରନ ରହିଥିଲା।
ଆରସିବି ପକ୍ଷରୁ ବିରାଟ କୋହଲି ୫୦ ରନ କରିଥିବାବେଳେ ଫାଫ ଡୁପଲେସିସ ୨୨, ମହିପାଲ ଲୋମୋର ୨୬, ଗ୍ଲେନ ମ୍ୟାକ୍ସଓ୍ବେଲ ୨୪, ଶେହବାଜ ଅହମ୍ମଦ ୨୦ , ଅନୁଜ ରାଉତ ୧୫ ରନ କରିଥିଲେ।

Share