Categories: ଖେଳ

ରିଷଭ ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର: ବାରମ୍ବାର ଭେଟିବାକୁ ନ ଯିବାକୁ ଡିଡିସିଏର ଅପିଲ୍‌

ନୂଆଦିଲ୍ଲୀ,୧।୧: ଟିମ ଇଣ୍ଡିଆର ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ କାର ଦୁର୍ଘଟଣା ଶିକାର ହେବାପରେ ଡେରାଡୁନ ସ୍ଥିତ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମାଙ୍କୁ ଭେଟିବା ପାଇଁ ଘରକୁ ଯାଉଥିବାବେଳେ ତାଙ୍କ କାର ଡିଭାଇଡରକୁ ଧକ୍କା ଦେଇଥିଲା। ଫଳରେ ତାଙ୍କ କାର୍‌ ସମ୍ପୂର୍ଣ୍ଣ ଜଳିଯାଇଥିଲା। ପନ୍ତଙ୍କୁ କିଛି ସ୍ଥାନୀୟ ବ୍ୟକ୍ତି କାର୍‌ ଉଦ୍ଧାର କରିଥିଲେ। ଏବେ ତାଙ୍କର ଚିକିତ୍ସା ଜାରି ରହିଛି। ଏହି ସମୟରେ ପନ୍ତଙ୍କୁ ଭେଟିବାକୁ ଡାକ୍ତରଖାନା ନ ଯିବାକୁ ଡିଡିସିଏ ସମସ୍ତଙ୍କୁ ନିବେଦନ କରିଛି। ଦିଲ୍ଲୀ ଜିଲା କ୍ରିକେଟ ଆସୋସିଏସନ ନିର୍ଦ୍ଦେଶକ ଶ୍ୟାମ ଶର୍ମା କହିଛନ୍ତି, ଯେଉଁମାନେ ପନ୍ତଙ୍କୁ ଭେଟିବାକୁ ଯାଉଛନ୍ତି ସେମାନେ ଏଥିରୁ ଦୂରେଇ ରହିବା ଉଚିତ, କାରଣ ସଂକ୍ରମଣ ହେବାର ସମ୍ଭାବନା ଅଛି। ସେ ସ୍ଥିର ଅଛନ୍ତି ଏବଂ ସୁସ୍ଥ ଅଛନ୍ତି। ବିସିସିଆଇ ଡାକ୍ତରମାନେ ଏଠାରେ ଥିବା ଡାକ୍ତରଙ୍କ ସହ ଯୋଗାଯୋଗରେ ଅଛନ୍ତି। ଜୟ ଶାହା ଏହାକୁ ତଦାରଖ କରୁଛନ୍ତି।

Share