ଜନତାଙ୍କୁ ମାସ୍କ ପିନ୍ଧିବାକୁ ଅପିଲ କଲା ଡିଡିଏମଏ, ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଲାଗିବନି ଜରିମାନା

ନୂଆଦିଲ୍ଲୀ,୨ ।୪: ଏବେ ରାଜଧାନୀ ଦିଲ୍ଲୀରେ ମାସ୍କ ନ ପିନ୍ଧିଲେ ଆଉ ଜରିମାନା ଦେବାକୁ ପଡିବ ନାହିଁ । କରୋନା ସଂକ୍ରମଣ କମ୍ ହେବା ଓ ଟିକାକରଣ ଲକ୍ଷ୍ୟର ନିକଟତର ହୋଇଥିବାରୁ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ଡିଡିଏମଏ) ଏହି ନିଷ୍ପତ୍ତି ନେଇଛି । ଏହି ନିୟମ ଏପ୍ରିଲ ୨ରୁ ଲାଗୁ କରାଯିବ । ଏ ସମ୍ପର୍କରେ ଦିଲ୍ଲୀ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାକୁ ଡିଡିଏମଏ ସମସ୍ତ ଜନସାଧାରଣଙ୍କୁ ପରାମର୍ଶ ଦେଇଛି । ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହାର ତୁରନ୍ତ ପ୍ରଭାବ ସହ ମାସ୍କ ନ ପିନ୍ଧିଥିଲେ କୌଣସି ଜରିମନା ବା ଦଣ୍ଡବିଧାନ କରାଯିବ ନାହିଁ ।

Share