Categories: ଖେଳ

କର ବା ମର ମ୍ୟାଚ୍‌ରେ ପ୍ରଥମେ ବୋଲିଂ କରିବ ମୁମ୍ବାଇ

ଶାରଜା,୫।୧୦: ନିଶ୍ଚିତ ବିଜୟ ଦରକାର କରୁଥିବା ମୁମ୍ବାଇ ଇଣ୍ଡିଆନ୍ସ ଦଳର ଅଧିନାୟକ ରୋହିତ ଶର୍ମା ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମ୍ୟାଚ୍‌ ଲାଗି ମୁମ୍ବାଇ ଦୁଇଟି ପରିବର୍ତ୍ତନ ସହ ଓହ୍ଲାଇଛି। ଉଇକେଟକିପର କୁଇଣ୍ଟନ ଡି’କକ୍‌ ଓ କ୍ରୁନାଲ ପାଣ୍ଡ୍ୟାଙ୍କୁ ବାଦ୍‌ ଦିଆଯାଇଛି। ଦୁଇ ଖେଳାଳିଙ୍କ ସ୍ଥାନରେ ଇଶାନ କିଷନ ଓ ଜେମ୍ସ ନିଶାମ ଦଳକୁ ଫେରିଛନ୍ତି।

Share