Categories: ଖେଳ

ଡି’ଭିଲର୍ସ, ଗେଲ୍‌ଙ୍କ ଜର୍ସି ନମ୍ବରକୁ ଅବ୍ୟାହତି ଦେବ ଆର୍‌ସିବି

ବେଙ୍ଗାଲୁରୁ,୧୯।୩ : ଆସନ୍ତା ୨୬ତାରିଖରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ହଲ୍‌ ଅଫ୍‌ ଫେମ୍‌ ତାଲିକାରେ ଏବି ଡି’ ଭିଲର୍ସ ଓ କ୍ରିସ୍‌ ଗେଲ୍‌ଙ୍କ ନାମ ସ୍ଥାନ ପାଇବ। ଏହା ପରେ ଦୁଇ ଖେଳାଳି ବ୍ୟବହାର କରୁଥିବା ଜର୍ସି ନମ୍ବରକୁ ଆର୍‌ସିବି ଅବ୍ୟାହତି ଦେବ। ଆଇପିଏଲ୍‌ରେ ଡି’ଭିଲର୍ସ ଆର୍‌ସିବି ତରଫରୁ ୧୧ସିଜନ (୨୦୧୧-୨୦୨୧) ଖେଳିଥିଲେ। ସେ ଜର୍ସି ନମ୍ବର ୧୭ ବ୍ୟବହାର କରିଆସୁଥିଲେ। ଫ୍ରାଞ୍ଚାଇଜ୍‌ ପାଇଁ ସେ ୧୫୬ ମ୍ୟାଚ ଖେଳି ୪,୪୯୧ ରନ ସଂଗ୍ରହ କରିଥିଲେ। ଦକ୍ଷିଣ ଆଫ୍ରିକାର ଏହି କ୍ରିକେଟର ଆରସିବି ପାଇଁ ୩୭ ଅର୍ଦ୍ଧଶତକ ୨ ଶତକ ହାସଲ କରିଥିଲେ। ୨୦୧୫ରେ ସେ ତାଙ୍କର ସର୍ବାଧିକ ସ୍କୋର ୧୩୩ ରନ କରିଥିଲେ।

Share