ଶାରଜା, ୧୨।୧୦: ଚଳିତ ଆଇପିଏଲ୍ର ୨୮ତମ ମୁକାବିଲାରେ କୋଲକାତା ନାଇଟ୍ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ସାମ୍ନା ସାମ୍ନି ହୋଇଛନ୍ତି। ସ୍ଥାନୀୟ ଶାରଜା କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ଏହି ହାଇସ୍କୋରିଂ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଆର୍ସିବି ନିର୍ଦ୍ଧାରିତ ୨୦ ଓଭରରେ ୨ ଉଇକେଟ୍ ହରାଇ ୧୯୪ ରନ୍ ସଂଗ୍ରହ କରିଛି। ଦଳ ପକ୍ଷରୁ ଏବି ଡି ଭିଲର୍ସ ମାତ୍ର ୩୩ ବଲରୁ ୭୩ ରନର ଅପରାଜିତ ବିସ୍ଫୋରକ ଇନିଂସ ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓପନର୍ ଆରୋନ୍ ଫିଞ୍ଚ ୪୭, ଦେବଦତ୍ତ ପଡ଼ିକ୍କଲ ୩୨ ଓ ଅଧିନାୟକ ବିରାଟ କୋହଲି ୩୩* ରନ କରିଥିଲେ।