ଚେନ୍ନାଇ,୧୮।୪: ଚେନ୍ନାଇ ପିଚ୍ରେ ଅନ୍ୟ ଦଳଗୁଡ଼ିକୁ ୧୫୦ ରନ୍ କରିବା କଷ୍ଟକର ହୋଇ ପଡ଼ୁଛି। କିନ୍ତୁ ସମାନ ପିଚ୍ରେ ଆରସିବି ପ୍ରତିପକ୍ଷ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଆଗରେ ଛିଡ଼ା କରିଛି ୨୦୫ ରନ୍ର ବିଶାଳ ଟାର୍ଗେଟ୍।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ପୂରା ୨୦ ଓଭରରେ ୪ ଉଇକେଟ ହରାଇ ୨୦୪ ରନ୍ କରିଛି। ଗ୍ଲେନ ମ୍ୟାକ୍ସଓ୍ବେଲ (୭୮) ଓ ଏବି ଡି’ ଭିଲର୍ସ (୭୬)ଙ୍କ ଯୋଗୁ ଏହା ସମ୍ଭବ ହୋଇପାରିଥିଲା। ଦୁହିଁଙ୍କ ଇନିଂସରେ ସାମିଲ ଥିଲା ୯ ଲେଖାଏ ଚୌକା ଓ ୩ଟି ଲେଖାଏ ଛକା। ଦୁହେଁ କେକେଆର ବୋଲରଙ୍କୁ ଗ୍ରାଉଣ୍ଡର ଚାରି ଆଡ଼େ ଚୌକା ଓ ଛକା ଲଗାଇଥିଲେ। ଫଳରେ ପ୍ରଥମ ଦୁଇ ଓଭରରେ ଦୁଇ ଉଇକେଟ ନେଇଥିବା କେକେଆର ବୋଲରମାନେ ପରବର୍ତ୍ତୀ ସମୟରେ ମ୍ୟାଚ୍କୁ ଫେରି ପାରି ନ ଥିଲା। ବରୁଣ ଚକ୍ରବର୍ତ୍ତୀ ୨ ଉଇକେଟ ନେଇଥିଲେ।