ଆର୍‌ସିବି ସହ ଯୋଗଦେଲେ ଡିଭିଲର୍ସ, ଷ୍ଟେଇନ

ଦୁବାଇ, ୨୨।୮: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ସିଜନ-୧୩ରେ ଅଂଶଗ୍ରହଣ କରିବା ଲାଗି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଦଳ ୟୁଏଇରେ ପହଞ୍ଚି ସାରିଛି। ବାଙ୍ଗାଲୋର ଦଳର ଷ୍ଟାର୍‌ ଖେଳାଳି ତଥା ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ରିକେଟର୍‌ ଏବି ଡି ଭିଲର୍ସ ବିଳମ୍ବରେ ଦୁବାଇରେ ଦଳ ସହ ଯୋଗଦେଇଛନ୍ତି। ଡି ଭିଲର୍ସଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକାର ଆଉ ୨ଜଣ କ୍ରିକେଟର୍‌ ଡେଲ୍‌ ଷ୍ଟେଇନ୍‌ ଓ କ୍ରିସ୍‌ ମୋରିସ ମଧ୍ୟ କୋହଲିଙ୍କ ଟିମ୍‌ରେ ସାମିଲ ହୋଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଆର୍‌ସିବି ଦଳ ଶୁକ୍ରବାର ଭାରତରୁ ଆସି ଦୁବାଇରେ ପହଞ୍ଚତ୍ଥିଲା। କିନ୍ତୁ ଦକ୍ଷିଣ ଆଫ୍ରିକାର ଏହି ୩ ଜଣ କ୍ରିକେଟର୍‌ ସ୍ବଦେଶରୁ ଆସି ଆର୍‌ସିବି ପରିବାର ସହ ଦୁବାଇରେ ଯୋଡ଼ି ହୋଇଛନ୍ତି। ଡି ଭିଲର୍ସ, ଷ୍ଟେଇନ୍‌ ଓ ମୋରିସଙ୍କ କରୋନା ଟେଷ୍ଟ କରାଯିବା ପରେ ସେମାନେ ସାଥୀ ଖେଳାଳିଙ୍କ ସହ ଏକାଠି ହେବାର ସୁଯୋଗ ପାଇବେ। ଦୁବାଇରେ ପହଞ୍ଚିବା ପରେ ଡି ଭିଲର୍ସ କହିଛନ୍ତି, ଏଠାକୁ ଆସି ବହୁତ ଉତ୍ସାହିତ ରହିଛି। ଯାତ୍ରା ସାମାନ୍ୟ ଅଲଗା ଥିଲା। କିନ୍ତୁ ସାଥୀ ଦକ୍ଷିଣ ଆଫ୍ରିକା ଖେଳାଳିଙ୍କ ସହ ଏଠାରେ ପହଞ୍ଚତ୍ବାପରେ ଆର୍‌ସିବି ପରିବାର ସହ ଯୋଡ଼ି ହୋଇ ଖୁସି ଅଛୁ। ଏବେ ଆମେ ଆମର କୋଭିଡ୍‌ ଟେଷ୍ଟକୁ ଅପେକ୍ଷା କରିଛୁ।

Share