ପୋଖରୀରେ ଭାସୁଛି ମୃତଦେହ

ଝାରସୁଗୁଡ଼ା ଅଫିସ,୫ା୮: ଝାରସୁଗୁଡ଼ା ଜିଲା ସଦର ଥାନା ଅନ୍ତର୍ଗତ ହଂସାମୁରା ପଞ୍ଚାୟତର ବେହେରାପାଟ ଗ୍ରାମର ମୁଣ୍ଡାପଡ଼ା ପୋଖରୀରେ ଏକ ଅଜଣା ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ଶୁକ୍ରବାର ସକାଳୁ ଗାଁଲୋକେ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବାବେଳେ ଏକ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ଗ୍ରାମବାସୀ ପୋଲିସକୁ ସୂଚନା ଦେଇଛନ୍ତି। ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଅଜଣା। ମୃତଦେହର ପରିଚୟ ଅଦ୍ୟାବଧି ମିଳିପାରିନାହିଁ ।