ମଙ୍ଗୁଳି-ଜଗତପୁର,୧।୯(ମାନସ ସାମଲ)- ଜଗତପୁର ଥାନା ଅଧୀନ ବିରୂପା ନଦୀପଠାରୁ ଗଳିତ ଝୁଲନ୍ତା ମୃତଦେହକୁ ଜଗତପୁର ପୋଲିସ ଶୁକ୍ରବାର ଜବତ କରିଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନଥିବାବେଳେ ତଦନ୍ତ ଚଳାଇଛି। ଅପରପକ୍ଷେ ଏହି ପଠାଟିରେ ସାଧାରଣ ଲୋକଙ୍କ ଚଳାଚଳ ନ ଥିବାରୁ ଲୋକଲୋଚନକୁ ନ ଆସି ପାରି ଦୀର୍ଘଦିନ ଧରି ରହିଥିବାବେଳେ ପଚି ଶଢି ଯାଇଛି। ସାରେ ଜଣେ ବ୍ୟକ୍ତି ଉକ୍ତ ନଦୀରେ ଜାଲ ପକାଇ ମାଛ ଧରିବାକୁ ଯାଇଥିଲେ। ହେଲେ ନଦୀପଠାର ଏକ ଗଛରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଝୁଲୁଥିବା ଦେଖିଥିଲେ। ଖବରପାଇ ଜଗତପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବର କରି ତଦନ୍ତ ଜାରି ରଖିଛି। ରାତି ଅନ୍ଧାର ହୋଇଯାଇଥିବାରୁ ଶନିବାର ସାଇଣ୍ଟିଫିକ ଟିମ ଦ୍ୱାରା ତଦନ୍ତ ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲ ପଠାଇବ ବୋଲି ଜଗତପୁର ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେରଙ୍କ ପକ୍ଷରୁ ସୂଚନା ମିଳିଛି ।