ସାତକୋଶିଆ ଅଭୟାରଣ୍ୟରୁ ମିଳିଲା ୨ ହାତୀର ମୃତଦେହ

ଅନୁଗୋଳ,୫।୯: ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରୁ ୨ ହାତୀର ମୃତଦେହ ଠାବ କରାଯାଇଛି। ତେବେ ହାତୀ ୨ଟିର କିପରି ମୃତ୍ୟୁଘଟିଲା ତାର କାରଣ ଜଣାପଡ଼ି ନାହିଁ।
ମଙ୍ଗଳବାର ସକାଳେ ସାତକୋଶିଆ ଅଭୟାରଣ୍ୟର ଜଗନ୍ନାଥପୁର ଗାଁ ନିକଟ ଜଙ୍ଗଲରେ ହାତୀ ୨ଟିର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ପରେ ଏ ନେଇ ବନ ବିଭାଗକୁ ଖବର ଦେଖିଥିଲେ। ଖବର ପାଇ ବନ ବିଭାଗର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହାସହ ଏକ ଡାକ୍ତରୀଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।