Categories: ଜାତୀୟ

କର୍ନାଟକରେ ଘରୁ ମିଳିଲା ଗୋଟିଏ ପରିବାରର ୪ ସଦସ୍ୟଙ୍କ ମୃତଦେହ, ମା’ ସମେତ ୩ ସନ୍ତାନ ମୃତ

ଉଡ୍ଡୁପି,୧୨।୧୧: କର୍ନାଟକର ଉଡ୍ଡୁପି ଜିଲାରୁ ଏକ ହୃଦୟ ବିଦାରକ ଖବର ଆସିଛି। ଗୋଟିଏ ପରିବାରର ୪ଜଣ ସଦସ୍ୟଙ୍କ ମୃତଦେହ ମାଲପେ ପୋଲିସ ଷ୍ଟେଶନ ଅନ୍ତର୍ଗତ ତୃପ୍ତି ନଗରରେ ସେମାନଙ୍କ ଘରେ ମିଳିଛି। ଉଡ୍ଡୁପି ପୋଲିସ ଏକ ବିବୃତ୍ତିରେ କହିଛି ଯେ ମୃତକଙ୍କ ମଧ୍ୟରେ ତିନି ପିଲା ଏବଂ ସେମାନଙ୍କ ମା ମଧ୍ୟ ଅଛନ୍ତି। ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ମୃତକଙ୍କ ନାମ ହସିନା (୪୮), ଆଫାନନ (୨୩), ଅୟନାଜ (୨୧) ଏବଂ ଅସୀମ (୧୪) ବୋଲି ଜଣାପଡିଛି। ଅଧିକ ତଦନ୍ତ ଚାଲିଥିବା ପୋଲିସ କହିଛି। ଏମାନଙ୍କ ମୃତ୍ୟୁର କାରଣ ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Share