ପାକିସ୍ତାନରେ ଗୋଟିଏ ପରିବାରରୁ ୯ଜଣଙ୍କୁ ହତ୍ୟା

ଇସଲାମବାଦ,୨୮।୬:ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ବୁଧବାର ଦିନ କିଛି ବନ୍ଧୁକଧାରୀମାନେ ଏକ ଘରେ ପଶି ଉତ୍ତର-ପଶ୍ଚିମ ପାକିସ୍ତାନର ଖାଇବର ପଖତୁନଖୱା ପ୍ରଦେଶରେ ଆଖିବୁଜା ଗୁଳି ଚଳାଇଛନ୍ତି। ଗୁଳିମାଡରେ ଗୋଟିଏ ପରିବାରର ୯ଜଣଙ୍କର ମୃତ୍ୟୁ ହୋଇଛି।

ପୋଲିସ ସୂଚନାନୁସାରେ, ଏହି ଘଟଣା ମାଲାକାଣ୍ଡ ଜିଲାର ବାଟକେଲା ତହସିଲରେ ଘଟିଛି। କିଛି ବନ୍ଧୁକଧାରୀ ଗୋଟିଏ ପରିବାରର ତିନି ଜଣ ମହିଳା ଏବଂ ଛଅ ଜଣ ପୁରୁଷଙ୍କ ସମେତ ପରିବାରର ୯ ଜଣ ସଦସ୍ୟଙ୍କୁ ହତ୍ୟା କରିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ଲେଭି ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ କରିବା ପାଇଁ ବାଟକେଲା ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ହତ୍ୟା ପଛର କାରଣ ଏପର୍ଯ୍ୟନ୍ତ ପୋଲିସ ଜାଣିପାରି ନାହିଁ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Share