ଛତ୍ରପୁର,୨୯ା୧(ଡି.ଏନ.ଏ.): ଦୁବାଇରୁ ଶ୍ରମିକଙ୍କ ମୃତଦେହ ରବିବାର ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ସୁନ୍ଦରପୁର ପଞ୍ଚାୟତ ଅଧୀନ ପାଇତାରି ଗାଁରେ ଆସି ପହଞ୍ଚିଛି। ସେ ହେଲେ ସନ୍ତୋଷ ବେହେରା(୪୧)। ଗତ ୧୮ତାରିଖରେ ଦୁବାଇରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏ ନେଇ ୨୧ ତାରିଖରେ ଫୋନ୍ ଯୋଗେ ତାଙ୍କ ଭାଇ ନିରଞ୍ଜନଙ୍କୁ ଖବର ଆସିଥିଲା।
ଅନ୍ୟପକ୍ଷେ ମୃତକଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ଅର୍ଜୁନ ବେହେରା ଦାବି କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ୨୦୧୯ରୁ ପରିବାର ପ୍ରତିପୋଷଣ ଲାଗି ସନ୍ତୋଷ ଦୁବାଇକୁ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ। ସ୍ଥାନୀୟ ପଡ଼ିଆରେ ଶବର ସତ୍କାର କରାଯାଇଛି।