Categories: ଜାତୀୟ

ଜଙ୍ଗଲରେ ଶିକ୍ଷକ, ଛାତ୍ରୀଙ୍କ ଝୁଲନ୍ତା ମୃତଦେହ

ଲକ୍ଷ୍ନୌ,୨୨ା୯: ଉତ୍ତରପ୍ରଦେଶର ସାହାରନ୍‌ପୁର ନିକଟ ଜଙ୍ଗଲରୁ ବୁଧବାର ଜଣେ ଶିକ୍ଷକ ଓ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଜବତ କରାଯାଇଛି। ଉଭୟେ ଗତ ୩ ତାରିଖରୁ ନିଖୋଜ ଥିଲେ। ଦୁହଁିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ବୋଲି ଚର୍ଚ୍ଚା ହେଉଛି। ପୋଲିସ ସୂଚନା ଅନୁସାରେ, ଶିକ୍ଷକ ବୀରେନ୍ଦ୍ର (୪୦) ଏବଂ ନବମ ଶ୍ରେଣୀ ଛାତ୍ରୀ ଗୋଟିଏ ସ୍କୁଲର। ଝିଅ ନିଖୋଜ ଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପ୍ରାୟ ୧୦ ଦିନ ତଳେ ଉଭୟଙ୍କ ମୃତ୍ୟୁ ଘଟିଛି। ଏହା ଆତ୍ମହତ୍ୟା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମୃତଦେହ ନିକଟରୁ ଏକ ବାଇକ୍‌ ମିଳିଛି।

Share