ଗେଷ୍ଟ୍‌ ହାଉସ୍‌ରୁ ମିଳିଲା ଝୁଲନ୍ତା ମୃତଦେହ

ବାଲେଶ୍ୱର,୭ା୭(ମାନସ ବିଶ୍ୱାଳ): ବାଲେଶ୍ବର ରାଜା ବଗିଚାସ୍ଥିତ ଗେଷ୍ଟ ହାଉସ ନିକଟରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ଗେଷ୍ଟ ହାଉସ୍‌ ନିକଟ ଏକ ଗଛରେ ଝୁଲୁଥିବା ବେଳେ ପୋଲିସ ମୃତଦେହ ଉଦ୍ଧାର କରିଛି। ମୃତ ବ୍ୟକ୍ତି ଜଣକ ସେହି ଗେଷ୍ଟ ହାଉସ୍‌ରେ ହାଉସ୍‌ କିପିଂ ଭାବେ କାମ କରୁଥିଲେ ବୋଲି ଜଣାପଡିଛି। ମୃତକ ଜଣକ ବାଲେଶ୍ବର ଖରିଦ ମୁଝୁରା ରହଣୀ ଗ୍ରାମର ରାମ ଗୋପାଳ ଦାସ। ଘଟଣାସ୍ଥଳରେ ସହଦେବ ଖୁଣ୍ଟା ଥାନା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Share