ରାଜଧାନୀର ୩ ମହଲା କୋଠାରେ ଝୁଲୁଛି ମୃତଦେହ

ଭୁବନେଶ୍ୱର, ୧୧।୧୧(ବ୍ୟୁରୋ): ୩ ମହଲା କୋଠାରେ ଝୁଲୁଛି ମୃତଦେହ। ରାଜଧାନୀ ଭୁବନେଶ୍ୱର ସହିଦନଗର ଅଞ୍ଚଳରେ ବୁଧବାର ସକାଳେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ମୃତକ ଜଣଙ୍କ ହେଲେ ପିପିଲିର ଜାଜୁଲ୍ୟ ନାଥ(୫୭)।
ଜାଜୁଲ୍ୟ ସହିଦସ୍ପୋଟିଂ ନିକଟ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ। ବୁଧବାର ସକାଳୁ ସେ କାର୍ଯ୍ୟ କରୁଥିବା ୩ ମହଲା କୋଠାରେ ଲାଗିଥିବା ଲୁହା ରେଲିଂରେ ବେକରେ ଲୁଗା ବାନ୍ଧି ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା। ଏ ନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ମୃତ୍ୟୁର କାରଣ ଜଣାପଡ଼ି ନାହିଁ।