ପାଟଣା,୧୬।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଷାଖୋରୀ ଗ୍ରାମ ରାସ୍ତାକଡ଼ ଏକ ବିଲରୁ ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ ପାଟଣା ଥାନା କାଶିଆ ଗ୍ରାମର ସନୁ ମହାନ୍ତ।
ମଳିଥିବା ସୂଚନା ମୁତାବକ, ସେ ସାଇକେଲରେ ଯାଉଥିବା ବେଳେ କୌଣସି କାରଣରୁ ବିଲ ଭିତରକୁ ଖସିପଡି ଥିଲେ। ବିଲରେ ପାଣି ଥିବାରୁ ସେ ଉଠି ନ ପାରି ବୁଡିଯାଇ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପାଟଣା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ପରେ ବ୍ୟବଚ୍ଛେଦ ପାଇଁ ମୃତଦେହ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।