ଯାତ୍ରୀ ବିଶ୍ରାମାଗାରରୁ ମିଳିଲା ମୃତଦେହ

ବଡ଼ବିଲ,୩ା୯(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ପୁରୁଣା ବସ୍‌ଷ୍ଟାଣ୍ଡସ୍ଥିତ ଯାତ୍ରୀ ବିଶ୍ରାମାଗାରରୁ ରବିବାର ଜଣେ ବ୍ୟକ୍ତିଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ବିଶ୍ରାମ ଗୃହର ଏକ କୋଣକୁ ବ୍ୟକ୍ତି ଜଣକ ମୁହଁମାଡ଼ି ପଡ଼ିଥିବା ଦେଖିବାକୁ ମିଳିଥିଲା। ଉକ୍ତ ବ୍ୟକ୍ତିଙ୍କ ଆନୁମାନିକ ବୟସ ୪୫ରୁ ୫୦ ହେବ ବୋଲି କୁହାଯାଉଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ହେଁ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ।