ପୋଖରୀରୁ ମିଳିଲା ମୃତଦେହ: ପରିଚୟ ଖୋଜୁଛି ପୋଲିସ

ଛତ୍ରପୁର,୧୮।୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ନରେନ୍ଦ୍ରପୁର ଗ୍ରାମରେ ଥିବା ବଡ଼ବନ୍ଧରୁ ସୋମବାର ଏକ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଚମାଖଣ୍ଡି ପୋଲିସ ଜବତ କରିଛି।

ମିଳିଥିବା ସୂଚନା ମୁତାବକ, ନରେନ୍ଦ୍ରପୁର ଗ୍ରାମରେ ଥିବା ବଡ଼ବନ୍ଧରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକ ଦେଖି ପୋଲିସକୁ ଜଣାଇଥିଲେ। ଚମାଖଣ୍ଡି ଥାନା ଅଧିକାରୀ ବିଦ୍ୟା ଭାରତୀ ନାୟକ ଏବଂ ଏଏସ୍‌ଆଇ ଅରୁଣ କୁମାର ରାଉତ ଘଟଣା ସ୍ଥଳରେ ପହଞ୍ଚି ଛତ୍ରପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡମେଡିକାଲ ପଠାଇଛି। ଏନେଇ ଏକ ଅପମୃତ୍ୟୁ ମାମଲା(ନଂ.୭/୨୩) ରୁଜୁ ହୋଇଛି।