ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ: କାରଣ ଖୋଜୁଛି ପୋଲିସ

କୋକସରା,୧୬।୦୯(ଡି.ଏନ.ଏ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ଚିତାମୁଣ୍ଡା-ଡାଲଗୁମା ରାସ୍ତା ନିକଟରେ ଥିବା ପୋଖରୀରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ପୋଲିସ ଜବତ କରିଛି। ସେ ହେଲେ ଡାଲଗୁମା ଗ୍ରାମର କମ୍ବୁ ମାଝୀ(୩୫) ।

ମିଳିଥିବା ସୂଚନା ମୁତାବକ, ଗତ ମଙ୍ଗଳବାରଠାରୁ ସେ ନିଖୋଜ ଥିଲେ। ହେଲେ ପରିବାର ଲୋକେ ଥାନାରେ କୌଣସି ଅଭିଯୋଗ କରି ନ ଥିଲେ। ଶୁକ୍ରବାର ପୋଖରୀରେ ଏକ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏନେଇ କୋକସରା ପୋଲିସକୁ ଖବର ମିଳିଥିଲା । କୋକସରା ଥାନା ଅଧିକାରୀ ରମଣି ରଞ୍ଜନ ଦଳେଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପରେ କମ୍ବୁଙ୍କ ସ୍ତ୍ରୀ ପହଞ୍ଚି ମୃତହେଦ ଚିହ୍ନଟ କରିଥିଲେ। ହେଲେ କମ୍ବୁଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। କୋକସରା ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୧୩/୨୧) ରୁଜୁ କରି ତଦନ୍ତ ଚାଲିଥିବା ଏଏସ୍‌ଆଇ ଗୋପବନ୍ଧୁ ନାଏକ କହିଛନ୍ତି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ଥାନା ଅଧିକାରୀ ଦଳେଇ ସୂଚନା ଦେଇଛନ୍ତି ।

Share