ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଫଛପଟେ ଝୁଲୁଛି ମୃତଦେହ: ଶରୀରର ଅଧାଅଂଶ ଭୂମିରେଇ ଲାଗିଥିବା ନେଇ ବଢୁଛି ସନ୍ଦେହ

କାଲିମେଳା,୨୮।୧(ଜୀବନ କୃଷ୍ଣ ଦାସ):ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଛପଟେ ଥିବା ଚାଷଜମି ନିକଟରେ ମଙ୍ଗଳବାର ସକାଳେ ଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତାଅବସ୍ଥାରେ ଠାବ କରାଯାଇଛ। ମୃତ ଯୁବକ ଜଣକ କାଲିମେଳା ତୁମ୍ବାଗୁଡା ଗ୍ରାମର ପଦିଆ ମାଡକାମିଙ୍କ ପୁଅ କୈଳାଶ ମାଡକାମି (୨୨) ବୁଲି ଜଣା ପଡିଛି । ମୃତ ଯୁବକଙ୍କ ଅଧା ଶରୀର ଭୂମିରେ ଲାଗି ରହିଥିବା ଦେଖିବାକୁ ମିଳିଛି । ତେବେ ଯେଉଁ ଗଛ ଡାଳରେ ମୃତଦେହ ଝୁଲି ରହିଚି ସାଧାରଣ ଭାବେ ଦେଖିବାକୁ ଗଲେ ତାହା ଆତ୍ମହତ୍ୟା ହେଉନାହିଁ। ଖବର ପାଇ କାଲିମେଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଥିବା ବେଳେ କୋରାପୁଟରୁ ସାଇଣ୍ଟିଫିକ ଟିମ ଡାକି ଅଧିକ ତଦନ୍ତ ଜାରି ରଖିଛି। ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ସତ୍ୟତା ଜଣା ପଡିନାହିଁ । ଯୁବକଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ କୈଳାଶ ସୋମବାର ସାଠାରୁ ଘରକୁ ଫେରି ନ ଥିଲେ। ମୃତଦେହ ବ୍ୟବଚ୍ଛେଦ ଓ ପୋଲିସ ତଦନ୍ତ ପରେ ପ୍ରକୃତ ଘଟଣାର କାରଣ ଜଣାପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ସାନଭାଇର ଠେଙ୍ଗା ମାଡ଼ରେ ବଡ଼ ଭାଇ ଗୁରୁତର

ହିଞ୍ଜିଳିକାଟୁ, ୨୩।୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ସାରୁ ଗ୍ରାମରେ ଘରୋଇ କଳହକୁ କେନ୍ଦ୍ର କରି ସାନ ଭାଇ ବିଜୟ ସେଠୀଙ୍କ ଠେଙ୍ଗା ମାଡ଼ରେ ବା ସଞ୍ଜୟ...

ମହାଶିବରାତ୍ରି ପାଇଁ ସଜେଇ ହେଉଛି ଶୈବପୀଠ

ବୁଗୁଡ଼ା,୨୩।୨(କାଳିଚରଣ ଦାଶ): ମହାଶିବରାତ୍ରି ପାଇଁ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ଶୈବପୀଠ ସଜେଇ ହୋଇଛି। ଚଳିତବର୍ଷ ଜାଗର ଯାତ୍ରାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ମନ୍ଦିର ପରିଚାଳନା...

କେଏସୟୁବି କଲେଜର ଉନ୍ନତି ପାଇଁ ବ୍ୟୟ ହେବ ୩୫ କୋଟି: ପ୍ରଦ୍ୟୁମ୍ନ

ଭଞ୍ଜନଗର,୨୩।୨(ବାବୁଲା ପ୍ରଧାନ): ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଶନିବାର ଅପରାହ୍ନରେ ହଠାତ୍‌ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ (କେଏସୟୁବି)କଲେଜ ପରିଦର୍ଶନରେ ଆସିଥିଲେ। ଏହି ସମୟରେ...

ଅଟକ ୩ ମହିଳା ଶ୍ରମିକ ଗାଁକୁ ଛାଡିଲେ କମ୍ପାନୀ କର୍ତ୍ତୃପକ୍ଷ

ଦିଗପହଣ୍ଡି,୨୩।୨(ଅଶେଷ ନାଥ ମିଶ୍ର): ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲା ଅନ୍ତର୍ଗତ ମଙ୍ଗଲତୁରୁ ନିକଟ ଭାରମା ମେରାଇନର ଏକ ଘରୋଇ ଚିଙ୍ଗୁଡ଼ି ପ୍ରୋସେସିଂ କମ୍ପାନୀରେ ଅଟକ...

ପାଣି ପାଇଁ ୩ ଘଣ୍ଟା ରାସ୍ତା ଅବରୋଧ: ଜଳ ଯୋଗାଣ ଅଧିକାରୀଙ୍କ ପ୍ରତିଶୃତି ପରେ ହଟିଲା ଅବରୋଧ

ମୋହନା ୨୩।୧( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ କେଶରା ଗ୍ରାମ ରେ ପାନୀୟ ଜଳ ସଙ୍କଟ। ପାଣି...

ବଜ୍ରପାତରେ ଜଳିଗଲା ଦୁଇ ବଖରା ଘର:୪ ଗାଈ ଜୀବନ୍ତ ଦଗ୍ଧ

ଭଦ୍ରକ,୨୩।୨(ସନାତନ ରାଉତ): ଭଦ୍ରକ ଜିଲା ସୁଦେବପୁରର ବ୍ଲକ ଅଧୀନ ଲୁଙ୍ଗା ପଞ୍ଚାୟତର ବଡ କିଆରୀ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତ ଘଟିଛି। ଏଥିରେ ଝୁନୁଲତା ମଳିକ...

ଜୀରାନଦୀ ବଞ୍ଚାଅ ଆନ୍ଦୋଳନ ଆରମ୍ଭ: ମିଳିଲା ବିଭିନ୍ନ ସଂଗଠନର ସମର୍ଥନ

ବରଗଡ଼,୨୩।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ବହି ଯାଇଥିବା ଜୀରା ନଦୀର ସୁରକ୍ଷା ଦାବି ଜୋର୍‌ ଧରିଛି। ଏହି ଦାବି ନେଇ ରବିବାରରୁ ରାଜୀବ ଗାନ୍ଧୀ...

କୋଇଲା ବୋଝେଇ ପିକଅପ୍‌ ଭ୍ୟାନ ଜବତ: ଜଣେ ଗିରଫ

ଦେବଗଡ,୨୩।୨ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କରଳଗା ଛକରୁ ବେଆଇନ କୋଇଲା ବୋଝେଇ ଏକ ପିକଅପ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image