ମହିଳାଙ୍କୁ ଗୋଟା ଗିଳିଦେଲା ଅଜଗର, ୩ଦିନ ପରେ ବାହାରିଲା ମୃତଦେହ

ନୂଆଦିଲ୍ଲୀ, ୯ା୬: ନିଖୋଜ ଥିବା ଜଣେ ଇଣ୍ଡୋନେସିଆର ମହିଳାଙ୍କ ମୃତଦେହ ୩ ଦିନ ପରେ ଉଦ୍ଧାର ହୋଇଛି । ଏହି ମହିଳାଙ୍କୁ ଏକ ୧୬ ଫୁଟ୍‌ର ଅଜଗର ଗିଳିଦେଇଥିବା ଜଣାପଡ଼ିବା ପରେ ତା ପେଟରୁ ମହିଳାଙ୍କ ମୃତଦେହ ମିଳିଛି । ଏନେଇ ଜଣେ ସ୍ଥାନୀୟ ଅଧିକାରୀ ଏକ ନ୍ୟୁଜ୍‌ ଏଜେନ୍ସିକୁ ଜଣାଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଦକ୍ଷିଣ ସୁଲାୱେସି ପ୍ରଦେଶର କାଲେମ୍ପାଙ୍ଗ ଗାଁର ବାସିନ୍ଦା, ୪୫ ବର୍ଷୀୟ ଫରିଦା ଗୁରୁବାର ରାତିରେ ନିଖୋଜ ହୋଇଯାଇଥିଲେ। ତାଙ୍କୁ ଖୋଜିବାକୁ ଗାଁ ମୁଖିଆଙ୍କ ନିର୍ଦ୍ଦେଶରେ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଫରିଦାଙ୍କ ସ଼୍ବମୀ ଏହି ଅଞ୍ଚଳରୁ ତାଙ୍କର କିଛି ଜନିଷପତ୍ର ପାଇବା ପରେ ଉକ୍ତ ଅଞ୍ଚଳରେ ଗ୍ରାମବାସୀମାନେ ଖୋଜାଖୋଜି କରିଥିଲେ। ସେମାନେ ଏକ ଅଜଗର ଦେଖିଥିଲେ । ବଡ଼ ପେଟ ହୋଇଥିବାରୁ ସେମାନେ ସନ୍ଦେହ କରିଥିଲେ । ସାପଟିର ପେଟ ଚିରିବାରୁ ଫରିଦାଙ୍କ ମୁଣ୍ଡ ଦେଖାଯାଇଥିଲା । ସମ୍ପୂର୍ଣ୍ଣ ବସ୍ତ୍ର ସହ ଫରିଦାଙ୍କ ମୃତଦେହ ଅଜଗର ପେଟରୁ ଉଦ୍ଧାର କରାଯାଇଥିଲା ।

Share