Categories: ଜାତୀୟ

ନର୍ସଙ୍କୁ ବଳାତ୍କାର ପରେ ହତ୍ୟା, ୯ ଦିନପରେ ମିଳିଲା ମୃତଦେହ

ନୂଆଦିଲ୍ଲୀ, ୧୬।୦୮: କୋଲକାତାର ଏକ ସରକାରୀ ଡାକ୍ତରଖାନାରେ ଜଣେ କାର୍ଯ୍ୟରତ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାରେ ସାରା ଦେଶରେ ହଲ୍‌ଚଲ୍‌ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ଜଣେ ନର୍ସଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣା ସାମ୍ନାକୁ ଆସିଛି । ଉତ୍ତରାଖଣ୍ଡର ଏକ ବେସରକାରୀ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ଏହି ନର୍ସ ଜଣକ ଉତ୍ତର ପ୍ରଦେଶର ସୀମାବର୍ତ୍ତୀ ଘରକୁ ଫେରୁଥିବା ବେଳେ ଏହି ଘଟିଥିବା ଜଣାପଡ଼ିିଛି।

ମିଳିଥିବା ସୂଚନା ଅନୁସାରେ ନର୍ସ ଜଣଙ୍କ ଜୁଲାଇ ୩୦ ତାରିଖ ସା ସମୟରେ ହସ୍ପିଟାଲ୍‌ ଛାଡ଼ିଥିଲେ । ଏକ ଇ-ରିକ୍ସା ଯୋଗେ ସେ ତଙ୍କ ଘରକୁ ଫେରୁଥିବା ଏକ ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଛି । ହେଲେ ସେ ସେହିଦିନ ରାତିରେ ଘରକୁ ଫେରିନଥିଲେ । ଏନେଇ ତାଙ୍କ ଭଉଣୀ ଥାନାରେ ଏତଲା ଦେଇଥିଲେ । ଏହାର ୯ ଦିନ ପରେ ତାଙ୍କ ଘରଠାରୁ ୧.୫ କିମି ଦୂରରେ ଥିବା ଏକ ଶୂନ୍‌ଶାନ୍‌ ଖୋଲା ପ୍ଲଟ୍‌ରୁ ତାଙ୍କର ମୃତଦେହ ଉଦ୍ଧାର କରିଥିଲା ପୋଲିସ୍‌ । ମୃତଦେହକୁ ପୋଷ୍ଟମର୍ଟମ କରିବା ସହ ଅଭିଯୁକ୍ତକୁ ଧରିବାକୁ ପ୍ରୟାସ ଜାରି ରଖିଥିଲା ୟୁପି ପୋଲିସ୍‌ ।

ତେବେ ଅଭିଯୁକ୍ତ ଜଣେ ଦିନ ମଜୁରିଆ ହୋଇଥିବା ଜଣାପଡ଼ିଛି । ସେ ରାତିରେ ନିଶାଶକ୍ତ ଅବସ୍ଥାରେ ଲୁଟ୍‌ପାଟ୍‌ କରୁଥିବା ବେଳେ ଏହି ମହିଳା ନର୍ସଙ୍କ ଠାରୁ ମଧ୍ୟ ଲୁଟ୍‌ କରିଥିଲା । ମହିଳା ଜଣଙ୍କ ତାଙ୍କ ଘର ଆଡ଼କୁ ଯାଉଥିବା ବେଳେ ସେ ତାଙ୍କୁ ଘୋଷାଡ଼ି ନେଇ ବଳାତ୍କାର କରିଥିଲା । ଏଥିସହିତ ମୋବାଇଲ୍‌, ୩ ହଜାର ଟଙ୍କା ଲୁଟ୍‌ କରି ତାଙ୍କୁ ହତ୍ୟା କରିଥିବା ପୋଲିସ୍‌ ପ୍ରକାଶ କରିଛି।

Share