
ଲୋଇସିଂହା,୨୫।୩(ସୁଶାନ୍ତ ବାରିକ): ମଙ୍ଗଳବାର ସକାଳେ ବଲାଙ୍ଗୀର ସଦର ଥାନା ତଥା ଲୋଇସିଂହା ବ୍ଲକ ରତାଖଣ୍ଡି ପଞ୍ଚାୟତ ଡୁମେରଝରଣ ଗ୍ରାମର ଜଣେ ଯୁବକଙ୍କ ମୃତ ଦେହ ଜବତ ହୋଇଛି। ମୃତ ଯୁବକ ହେଲେ ଶତ୍ରୁଘ୍ନ ପଟେଲ। ମୃତଦେହ ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଭୀମଭୋଇ ମେଡ଼ିକାଲକୁ ପଠାଇଛି। ଅପରକ୍ଷେ ପରିବାର ଲୋକେ ହତ୍ୟା ଅଭିଯୋଗ ପରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ପ୍ରକାଶ ଯେ, ଲୋଇସିଂହା ବ୍ଲକ ରତାଖଣ୍ଡି ପଞ୍ଚାୟତ ଡୁମେରଝରଣ ଗ୍ରାମର ଶତ୍ରୁଘ୍ନ ପଟେଲ ପେଶାରେ ଜଣେ କାଠ କାରିଗର। ସୋମବାର ସେ ପାଟଣାଗଡ ବ୍ଲକ ଠେଲକୋଛାପର ଅଞ୍ଚଳକୁ ଯାଇ ସା ସୁଦ୍ଧା ଘରକୁ ଫେରି ନ ଥିଲେ। ସେହି ରାତିରେ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। ଠେଲକୋଛାପର ଓ ଡୁମେରଝରଣ ମଝିରେ ଥିବା ନାଲା ଭିତରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇ ପୋଲିସକୁ ସୂଚନା ଦେଇଥିଲେ। ମଙ୍ଗଳବାର ସକାଳେ ସନ୍ଧାନି କୁକୁର ଧରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। କେଉଁ କାରଣକୁ ନେଇ ହତ୍ୟା କରଯାଇଛି ପୋଲିସ ତଦନ୍ତ ଚଳାଇଛି।