Advertisement

ଜଙ୍ଗଲରୁ ମିଳିଲା କଲେଜ ଛାତ୍ରୀଙ୍କ ମୃତଦେହ: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଫିରିଙ୍ଗିଆ,୫ା୯(ବିମଳ ଦିଗାଲ): ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟଠାରେ ଥିବା ପଞ୍ଚାୟତ ମହାବିଦ୍ୟାଳୟ ସମ୍ମୁଖ କୁଶସରୁ ଜଙ୍ଗଲରେ ଥିବା ଏକ ଆମ୍ବ ଗଛରୁ ଜଣେ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ବୁଧବାର ପୋଲିସ ଜବତ କରିଛି। ମୃତଦେହ ଛାତ୍ରୀଙ୍କ ବ୍ୟାଗ ଓ ମୋବାଇଲକୁ ପୋଲିସ ଜବତ କରିଥିବା ବେଳେ ସେ ଫିରିଙ୍ଗିଆ ଥାନା ପବିଙ୍ଗିଆ ପଞ୍ଚାୟତ ମଗମୁଣ୍ଡା ଗାଁର ବିବେକାନନ୍ଦ କହଁରଙ୍କ ଝିଅ ପଦ୍ମିନୀ ବୋଲି ଜଣାପଡିଛି। ଏ ନେଇ ଫିରିଙ୍ଗିଆ ପୋଲିସ ନଂ.୧୧/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଘଟଣାର ତଦନ୍ତ ଚଳାଇଛି।

ପରିବାର ଲୋକଙ୍କ କହିବା ଅନୁସାରେ, ଛାତ୍ରୀ ଜଣକ କନ୍ଧମାଳ ଜିଲା ଟିକାବାଲି ଥାନା ଲାଇନପଡା ଅଞ୍ଚଳର ଜଣେ ଯୁବକଙ୍କୁ ବର୍ଷେ ତଳେ ଭଲପାଇ ତାଙ୍କ ସାଙ୍ଗରେ ଚାଲିଯାଇଥିଲେ। ପରିବାର ଲୋକେ ବହୁ ବୁଝାଶୁଝା କରି ଝିଅକୁ ଘରକୁ ଆଣିଥିଲେ। ଚଳିତ ବର୍ଷ ଛାତ୍ରୀଙ୍କ ଫିରିଙ୍ଗିଆ ପଞ୍ଚାୟତ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ। ଅନ୍ୟପଟେ ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ କହୁଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share