ଜଙ୍ଗଲରୁ ମିଳିଲା ହାତୀର ମୃତଦେହ: ଗୋଟିଏ ଦାନ୍ତ କାଟି ନେଇଥିବା ସୂଚନା

ବଲାଙ୍ଗୀର,୮।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଅସୁରଡୁଙ୍ଗୁରି ଗାଁ ମଠଖାଇ ଜଙ୍ଗଲରୁ ମଙ୍ଗଳବାର ଏକ ଦନ୍ତା ହାତୀର ମୃତଦେହ ମିଳିଛି। ହେଲେ ମୃତ ହାତୀର ଗୋଟିଏ ଦାନ୍ତ ନ ଥିବା ଏକ ବଡ଼ ସୂଚନା ମିଳିଛି। ଅନ୍ୟପକ୍ଷେ ଶିକାରୀ ହାତୀକୁ ଶିକାର କରି ଏକ ଦାନ୍ତ କାଟି ନେଇଥିବା ସ୍ଥନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ଖବର ପାଇ ଘଟଣାସ୍ଥଳରେ ଡିଏଫ୍‌ଓ ସୁଦର୍ଶନ ବେହେରା ଓ ବନବିଭାଗ ଟିମ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ହେଲେ ହାତୀର ବୟସ ୧୦ରୁ ୧୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ହାତୀର ବ୍ୟବଚ୍ଛେଦ ପରେ ପୋତି ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଏପରିକି କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ଘଟିଲା ସେନେଇ ବନ ବିଭାଗ ପକ୍ଷରୁ ତଦନ୍ତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ପାଇଁ ଗୌରବ, ଦମନକୁ ଜାତୀୟ ପୁରସ୍କାର

ଭୁବନେଶ୍ୱର,୮।୧୦: ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’କୁ ମିଳିଲା ଜାତୀୟ ପୁରସ୍କାର। ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହରେ ଦମନ ପୁରସ୍କୃତ ହୋଇଛି। ଦିଲ୍ଲୀ...

ପିଲାମାନଙ୍କ ବୌଦ୍ଧିକ ବିକାଶରେ ଜେଜେ ମା’-ବାପାଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ

କେସିଙ୍ଗା ତା୮.୧୦(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କେନ୍ଦୁପଡାସ୍ଥିତ ଦ୍ରୋଣାଚାର୍ଯ୍ୟ ସ୍କୁଲରେ ଅଧ୍ୟକ୍ଷା ଅର୍ଚ୍ଚନା ଅଗ୍ରୱାଲଙ୍କ ନେତୃତ୍ୱରେ ସ୍କୁଲର ସଭାଗୃହରେ ଜେଜେ ମା’-ଜେଜେ ବାପା...

ପୋଖରୀରୁ କୁନି ହାତୀ ଛୁଆର ମୃତଦେହ ଉଦ୍ଧାର କଲା ବନବିଭାଗ

ବାରିପଦା,୮।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ରେଂଜ ଅଞ୍ଚଳର ଏକ ପୋଖରୀ ଭିତରୁ ହାତୀ ଛୁଆର ମୃତଦେହକୁ ବନବିଭାଗ ଉଦ୍ଧାର କରିଛି। ତିନି-ଚାରି ଦିନ...

୧୩ ଥାନାରେ ନାହିଁ ସିସିଟିଭି

ଭୁବନେଶ୍ୱର,୮।୧୦: ହାଇକୋର୍ଟରେ ଭରତପୁର ଥାନା ମାମଲାର ଶୁଣାଣି ବେଳେ ବଡ଼ ବୟାନ ଦେଇଛନ୍ତି ଏଡିଜି ଦୟାଲ ଗଙ୍ଗୱାର୍‌। ୧୩ଟି ଥାନାରେ ସିସିଟିଭି ନ ଥିବା ଗଙ୍ଗୱାର୍‌...

ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ହାତୀ

କେନ୍ଦୁଝର,୮।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ପାଟଖଳି ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଖାଦ୍ୟ ଅନ୍ବେଷଣରେ ଗ୍ରାମ ନିକଟକୁ...

ସାବଧାନ ଦଶହରା ବଜାରରେ ଘୁରିବୁଲୁଛି ନକଲି ନୋଟ: ଟାର୍ଗେଟରେ…

କଟକ,୮।୧୦: ନକଲିର ଗନ୍ତାଘର କଟକ ସହର। ଏହା ମଧ୍ୟରେ ସାମ୍ନାକୁ ଆସିଛି ନକଲି ନୋଟ କାରବାର ଖବର। ପାର୍ବଣକୁ ଟାର୍ଗେଟ କରିଛନ୍ତି, ନୋଟ ମାଫିଆ। ଦଶହରା...

ଯନ୍ତ୍ରୀଙ୍କ ଆଖିଖୋସି ହୋଇଗଲା ଭଳି ସମ୍ପତି : କୋଟି କୋଟି ଟଙ୍କାର….

ଭୁବନେଶ୍ୱର,୮।୧୦: ତେଲ ଜଳସେଚନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ପାଢ଼ୀଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି। ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ୩୩୦୦ ବର୍ଗଫୁଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri