ଜଙ୍ଗଲରୁ ମିଳିଲା ଦନ୍ତା ହାତୀର ମୃତଦେହ

ନାକଟିଦେଉଳ, ୧୯।୧୧(ବୈକୁଣ୍ଠ ନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ସାଲେଭଟା ପଞ୍ଚାୟତ କୁନ୍ଦେଇଜୁରୀ ଗ୍ରାମ ନିକଟ ଜଙ୍ଗଲରେ ରବିବାର ଏକ ଦନ୍ତାହାତୀର ମୃତଦେହ ଠାବ କରାଯାଇଛି। କୁନ୍ଦେଇଜୁରୀ ଗ୍ରାମଠାରୁ ପ୍ରାୟ ଦୁଇ ଶହ ମିଟର ଦୂର ଖାସଡ଼ା ଜଙ୍ଗଲରେ ଏକ ହାତୀ ମରି ପଡ଼ିଥିବା ଜଣାପଡିଥିଲା।

ଏହି ସମ୍ପର୍କରେ ଖବର ପାଇ ବନ ବିଭାଗ ରେଢ଼ାଖୋଲ ଡିଏଫଓ ଅରବିନ୍ଦ ମହାନ୍ତି, ନାକଟିଦେଉଳ ବନାଞ୍ଚଳ ଅଧିକାରୀ ଅଶ୍ବିନୀ କୁମାର ବେହେରା, ବାଟଗାଁ ଫରେଷ୍ଟର ଅରୁଣ କୁମାର ପ୍ରଧାନ ପ୍ରମୁଖ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ଏହି ହାତୀର ବୟସ ଆନୁମାନିକ ୧୫ ବର୍ଷରୁ ଅଧିକ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଉଛି। ତେବେ ଏ ସମ୍ପର୍କରେ ରେଢ଼ାଖୋଲ ଡିଏଫଓ ଅରବିନ୍ଦ ମହାନ୍ତିଙ୍କୁ ପଚରାଯିବାରୁ ହାତୀର ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ। ସା ହୋଇ ଯିବାରୁ ହାତୀର ମୃତଦେହ ବ୍ୟବଚ୍ଛେଦ ହୋଇପାରି ନାହିଁ। ସୋମବାର ସକାଳୁ ବନବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି l

Share