ଜମି ହୁଡାରୁ ଚାଷୀଙ୍କ ମୃତ ଦେହ ଜବତ

ଭବାନୀପାଟଣା,୨୭।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୟପାଟଣା ଥାନା ପାବଳୀ ଗ୍ରାମର ଘେନୁମୁଣ୍ଡା ବଡ଼ବନ୍ଧ ନିକଟରେ ଥିବା ଏକ ଚାଷଜମି ହୁଡାରୁ ଜଣେ ଚାଷୀଙ୍କ ମୃତ ଦେହକୁ ମଙ୍ଗଳବାର ସକାଳରେ ସ୍ଥାନୀୟ ପୋଲିସ ଜବତ କରିଛି। ମୃତ ଚାଷୀ ହେଲେ ପାବଳୀ ଗ୍ରାମର ଗୋକୁକ ମାଝି(୫୦) । ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ଜଣାପଡି ନାହିଁ। ଖବରପାଇ ଘଟଣାସ୍ଥଳରେ ଜୟପାଟଣା ଥାନା ଅଧିକାରୀ ବାସୁଦେବ ଛତ୍ରିଆ ସମେତ ସଦଳବଳ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ଜବତ କରିଛନ୍ତି।
ଅନ୍ୟପକ୍ଷରେ, ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁ କାରଣ ଜଣାପଡିବ ବୋଲି ପୋଲିସ କହିଛି।