ଭଡାଘରେ ଝୁଲୁଛି ମହିଳା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ: କ’ଣ ରହିଛି ଏହା ପଛରେ ବଡ଼ କାରଣ

ବାଲେଶ୍ୱର,୨୪।୮: ଭଡାଘରୁ ମିଳିଲା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ଜଳେଶ୍ୱରରେ। ଭୋଗରାଇ ବ୍ଲକ କନିଷ୍ଠ ଯନ୍ତ୍ରୀ ମୋନାଲିସା ହେମ୍ବ୍ରମଙ୍କ ଝୁଲନ୍ତା ମୃତଦେହ ଶନିବାର ତାଙ୍କ ଭଡ଼ାଘରୁ ଜବତ କରାଯାଇଛି। ସ୍ଥାନୀୟ ଲୋକେ ଏହା ଜାଣି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଅଧିକ ତଦନ୍ତ ନେଇ ପୋଲିସ ତନାଘନା କରୁଛି। ତେବେ ମୃତ୍ୟୁର କାରଣ ଏଯାବତ୍‌ ଅସ୍ପଷ୍ଟ ରହିଛି। କେଉଁ ପରସ୍ଥିତିରେ ମହିଳା ଯନ୍ତ୍ରୀ ଏଭଳି ଚରମ ପଦକ୍ଷେପ ନେଇ ଝୁଲି ପଡ଼ିଲେ, କିମ୍ବା ତାଙ୍କୁ କିଏ ହତ୍ୟା କରିଛି? ଏହା ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ ସ୍ପଷ୍ଟ କରିବ। ତେବେ ମୃତ୍ୟୁର ରହସ୍ୟ ଖୁବ୍‌ଶ୍ରୀଘ ଖୋଲିବ ବୋଲି ପୋଲିସ କହିଛି।

 

Share