ଭୁବନେଶ୍ୱର,୨।୩(ବ୍ୟୁରୋ): ଅଭିନେତା ପିଣ୍ଟୁ ନନ୍ଦଙ୍କ ପାର୍ଥୀବ ଶରୀର ଗୁରୁବାର ରାତିରେ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛି। ବର୍ତ୍ତମାନ ମୃତଦେହକୁ ଏକ ଘରୋଇ ହସ୍ପିଟାଲର ଶବଗୃହରେ ରଖାଯିବ। ଶୁକ୍ରବାର ଶେଷ ଦର୍ଶନ ପାଇଁ ଭୁବନେଶ୍ୱର ସ୍ଥିତ ବାସଭବନକୁ ତାଙ୍କ ପାର୍ଥୀବ ଶରୀର ଅଣାଯିବ। ଏହାପରେ ଅପରାହ୍ନରେ ପୁରୀ ସ୍ବର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସୂଚନା ମିଳିଛି।
ମିଳିଥିବା ସୂଚନା ମୁତାବକ, ବୁଧବାର ରାତିରେ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପିଣ୍ଟୁ ନନ୍ଦଙ୍କ ପରଲୋକ ହୋଇଥିଲା। ସେ ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ହୋଇ ସେଠାରେ ଚିକିତ୍ସିତ ହେଉଥିଲେ ।