ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ

କୋକସରା,୧୨।୨(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ସାନପୋଡାଗୁଡ଼ା ପଞ୍ଚାୟତ ଅଧୀନ କଲୋନୀପଡ଼ାର ଦାଦନ ଶ୍ରମିକ କୃତିକ ମାଝି (୩୫)ଙ୍କ ଶନିବାର ବିଜୟୱାଡାରେ ମୃତ୍ୟୁ ଘଟିଥିବା ବେଳେ ରବିବାର ଗାଁରେ ମୃତଦେହ ପହଞ୍ଚିଛି। ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ମିଳିଥିବା ସୂଚନା ମୁତାବକ, ଆମପାଣି ଥାନା ସାନପୋଡାଗୁଡ଼ା ପଞ୍ଚାୟତ କଲୋନିପଡ଼ାର କୃତିକ ଗତବର୍ଷ ଅକ୍ଟୋବରରେ ସ୍ତ୍ରୀ ଓ ଦୁଇ ପିଲାଙ୍କ ସହ ଦାଦନ ସର୍ଦ୍ଦାରର ଜରିଆରେ ବିଜୟୱାଡାକୁ କାମ କରିବାକୁ ଯାଇଥିଲେ। ବିଜୟୱାଡା ନିକଟ ମଲ୍ଲାବରମର ଏକ ଇଟାଭାଟିରେ ଶ୍ରମିକ ଭାବେ ସେ କାମ କରୁଥିଲେ। ଶନିବାର ମଧ୍ୟାହ୍ନରେ ହଠାତ୍‌ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କୃତିକଙ୍କ ମୃତ୍ୟୁ ଘଟିଥିଲା। ସାଙ୍ଗରେ ଥିବା ମୃତକଙ୍କ ସାନଭାଇ ରାଜ ମାଝି ଏକ ଆମ୍ବୁଲାନ୍ସରେ ମୃତଦେହ ସହ ଭାଉଜ ଏବଂ ଦୁଇ ପୁତୁରାଙ୍କୁ ଧରି ଗଁାକୁ ବାହରିଥିଲେ। ରବିବାର ମୃତଦେହ ଗାଁରେ ପହଞ୍ଚି ଥିଲା। ଘର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇ ପରିବାର ଲୋକେ ଭାଙ୍ଗି ପଡିଥିବା ବେଳେ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଦିନକ ପରେ ବଡଦିନ: ରାଇକିଆ ପୋଲିସର ଫ୍ଲାଗମାର୍ଚ୍ଚ

ରାଇକିଆ,୨୩।୧୨(ପ୍ରଦୀପ ବେହେରା): ଆଉ ଦିନକ ପରେ ବଡଦିନ। ଏନେଇ କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ଚର୍ଚ୍ଚରେ ଆକର୍ଷଣୀୟ ସଜସଜ୍ଜା ସାଙ୍ଗକୁ ବ୍ୟାପକ ପ୍ରସ୍ତୁତି ଚାଲିଛି।...

ଶୀତ ମହୋତ୍ସବ ପାଇଁ ସଜବାଜ: ନୂତନ କମିଟି ଚୟନ ପାଇଁ ନିଷ୍ପତି

ଦାରିଙ୍ଗବାଡି,୨୩୧୨( ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡିରେ ୨୦୨୫ ଶୀତ ମହୋତ୍ସବ ପାଳନ କରାଯିବା ପାଇଁ ସୋମବାର ଶୀତ ମହୋତ୍ସବ ପାଳନ କମିଟିର ସମ୍ପାଦକ ତଥା ବିଡ଼ିଓ...

ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଫେରିଲେନି

ହିଞ୍ଜିଳିକାଟୁ,୨୩।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ଅର୍ନ୍ତଗତ ସମରଝୋଳ ଗ୍ରାମ ପୋଖରୀ ପାଣିରେ ବୁଡି ସୋମବାର ଭୋର୍‌ରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ...

ବନ ବିଭାଗର ବଡ଼ ଧରଣର ଚଢ଼ାଉ: ଧରାପଡ଼ିଲେ ବାଘ ଛାଲ ରାକେଟ୍‌

ଭୁବନେଶ୍ୱର,୨୩।୧୨: ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲାରେ ସୋମବାର ବନ ବିଭାଗ ଏବଂ ସ୍ପେଶାଲ ସ୍କ୍ବାଡ୍‌ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ଚଢାଉ ବେଳେ ଅଧିକାରୀମାନେ...

ପ୍ରଥମଥର ଦାରିଙ୍ଗବାଡି ବୁଲିଲେ ଗଣଶିକ୍ଷା ମନ୍ତ୍ରୀ: ପର୍ଯ୍ୟଟନକ୍ଷେତ୍ରର ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି,୨୩।୧୨( ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ଦିନିକିଆ ଗସ୍ତରେ ସୋମବାର ଓଡିଶା ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ତଥା ଅନୁସୂଚିତ ଜାତି ଜନଜାତି ଉନ୍ନୟନ ସଂଖ୍ୟା...

ଉଜୁଡା ଫସଲ ଦେଖି ଧାନ କ୍ଷେତରେ ଟଳିପଡିଲେ ଚାଷୀ

ସାକ୍ଷୀଗୋପାଳ, ୨୩।୧୨(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଅଦିନିଆ ବର୍ଷା ପାଣିରେ ଧାନ ଫସଲ ପଡିଥିବା ଦେଖି ଜଣେ ଚାଷୀ ସୋମବାର ଧାନ କ୍ଷେତରେ ଟଳି ପଡ଼ିଛନ୍ତି।...

ଥାନା ଅଞ୍ଚଳରେ ସିରିଜ ଚୋରି: ବଢିଲା ପୋଲିସର ମୁଣ୍ଡବ୍ୟଥା

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଇଲାକାରେ ସିରିଜ ଚୋରି ପୋଲିସର ମୁଣ୍ଡବ୍ୟଥା ବଢାଇ ଦେଇଛି। ଦୁର୍ବୃତ୍ତମାନେ ଲଗାଣ ବର୍ଷା ଓ ଶୀତ ରାତିର ସୁଯୋଗ...

ଜିନ୍ନତକୁ ଟ୍ରାଙ୍କୁଲାଇଜ ପାଇଁ ଚାଲିଛି ଉଦ୍ୟମ

ଭୁବନେଶ୍ୱର,୨୩।୧୨: ଶିମିଳିପାଳରୁ ଖସି ପଳାଇଥିବା ବାଘୁଣୀ ଜିନ୍ନତକୁ ଓଡ଼ିଶା ଫେରାଇ ଆଣିବାକୁ ବନ ବିଭାଗ କସରତ ଆରମ୍ଭ କରିଦେଇଛି। ବାଘୁଣୀ ଜିନ୍ନତ ଏବେ ପଶ୍ଚିମବଙ୍ଗ ପୁରୁଲିଆରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri