କୋକସରା,୫।୧୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ମୂଷାପାଳି ପଞ୍ଚାୟତ ବଗଡିଆପଡ଼ାର ଜୟଲାଲ ରାଉତଙ୍କ ପୁଅ ଚନ୍ଦ୍ରମଣି ରାଉତ(୨୭) ଗତ ସପ୍ତାହରେ ଆନ୍ଧ୍ରପ୍ରଦେଶ ନିଜାମାବାଦକୁ ଦାଦନ ଖଟିବାକୁ ଯାଇଥିଲେ। ହେଲେ ଟ୍ରାକ୍ଟର ଦୁର୍ଘଟଣାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ ଧାରକରଜ କରି ମୃତଦେହ ଆଣିବାକୁ ନିଜାମାବାଦ ଯାଇଥିଲେ। ହେଲେ କମ୍ପାନୀ ସହାୟତାରେ ଏକ ଆମ୍ବୁଲାନ୍ସ ଯୋଗେ ମୃତଦେହ ଶନିବାର ଗାଁରେ ପହଞ୍ଚତ୍ଛି। ଏକ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ମଶାଣିରେ ଅନ୍ତିମ ସତ୍କାର କରାଯାଇଛି। ପରିବାରର ରୋଜଗାରିଆ ପୁଅକୁ ହରାଇ ବୃଦ୍ଧ ମା’ ବାପା ଭାଙ୍ଗି ପଡ଼ିଛନ୍ତି।