ପାରଳାଖେମୁଣ୍ଡି,୧୬ା୧୦(ଡି.ଏନ୍.ଏ.): ପାରଳାଖେମୁଣ୍ଡି ସହର ଜଙ୍ଗମସାହି ରେଳ ଫାଟକ ନିକଟରେ ଜଣେ ମହିଳାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ତାଙ୍କ ପରିଚୟ ମିଳିପାରି ନାହିଁ। ବ୍ରହ୍ମପୁର ଜିଆର୍ପି ଘଟଣାସ୍ଥଳରେ ପହଞ୍ଚି ନ ଥିବାରୁ ମୃତଦେହ ଘଟଣାସ୍ଥଳରେ ପଡି ରହିଥିବା ଜଣାପଡିଛି। ମହିଳା ଜଣକ ବିଶାଖାପାଟଣା-ପାରଳାଖେମୁଣ୍ଡି-ଗୁଣୁପୁର ଟ୍ରେନରେ ଯାଉଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ମହିଳା ଜଣକ ଟ୍ରେନ ଫାଟକ ନିକଟରେ ଠିଆ ହୋଇଥିବା ବେଳେ କୌଣସି କାରଣରୁ ଖସିପଡି ଟ୍ରେନ୍ରେ କଟି ଯାଇଥିବା ଅନୁମାନ କରାଯାଉଛି।