ହିଞ୍ଜିଳିକାଟୁ, ୮।୫ (ଡି.ଏନ.ଏ): ହିଞ୍ଜିଳିକାଟୁ ପୌରପରିଷଦ ବସଷ୍ଟାଣ୍ଡ ନିକଟରେ ବଣିକ ସଂଘ ଅଧୀନ ଦୁର୍ଗାପୂଜା ମଣ୍ଡପ ଛାତ ଉପରୁ ରବିବାର ରାତିରେ ଜଣେ ବ୍ୟକ୍ତିଙ୍କ ମୃତଦେହ ହିଞ୍ଜିଳି ପୋଲିସ ଉଦ୍ଧାର କରିଛି । ମୃତକ ହେଲେ ପୌର ପରିଷଦ ଅନ୍ତର୍ଗତ ହିଞ୍ଜିଳି ଗ୍ରାମର ପପୁ ଦାଶ (୪୦)। ତେବେ ମଦ ପିଇ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଉକ୍ତ ଦୂର୍ଗା ପୂଜା ମଣ୍ଡପ ଛାତ ଉପରକୁ ଖୋଲା ସିଡି ରହିଛି। ଫଳରେ ମଦ ପିଇବା ପାଇଁ ଅଭ୍ୟାସଗତମାନଙ୍କ ତାହା ଆଡ୍ଡାସ୍ଥଳୀ ପାଲଟିଛି। ରବିବାର ଜଣେ ବ୍ୟକ୍ତି ଉକ୍ତ ଖୋଲା ଛାତ ଉପରେ ଜଣେ ବ୍ୟକ୍ତି ପଡିଥିବା ଦେଖି ପାଟି କରିଥିଲେ। ସ୍ଥାନୀୟ ଲୋକେ ଏ ନେଇ ହିଞ୍ଜିଳି ପୋଲିସକୁ ଖବର ଦେଇଥିଲେ। ଖବରପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା । ତେବେ ରବିବାର ମୃତକଙ୍କୁ ଚିହ୍ନଟ କରାଯାଇ ପାରି ନ ଥିଲା। ଏଥି ନେଇ ଥାନାରେ ନଂ ୮/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ପୋଲିସ ଘଟଣାର ତଦନ୍ତ ଚଳାଇଛି। ୟସୋମବାର ମୃତକଙ୍କ ପରିବାର ସମ୍ପର୍କରେ ସୂଚନା ମିଳିଥିଲା । ପୋଲିସ ପକ୍ଷରୁ ପରିବାର ଲୋକଙ୍କୁ ସୂଚନା ପ୍ରଦାନ କରାଯିବା ଫଳରେ ସେମାନେ ମୃତଦେହ ଚିହ୍ନଟ କରିଥିଲେ। ସୋମବାର ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇବା ପରେ ମୃତଦେହକୁ ପରିବାର ଲୋକଙ୍କୁ ପୋଲିସ ହସ୍ତାନ୍ତର କରିଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାଶ କହିଛନ୍ତି।
Posted inଆମ ଜିଲା ଖବର, ଗଞ୍ଜାମ