ଅଭିନେତ୍ରୀ ଦିବ୍ୟା ସ୍ପନ୍ଦାନାଙ୍କ ମୃତ୍ୟୁ ଖବର ମିଛ, ଫେରୁଛନ୍ତି ବେଙ୍ଗାଲୁରୁ

ଚେନ୍ନାଇ,୬।୯: ସୋସିଆଲ ମିଡିଆରେ ଗୁଜବ ପ୍ରଚାରିତ ହୋଇଥିଲା ଯେ କନ୍ନଡ ଅଭିନେତ୍ରୀ ତଥା କଂଗ୍ରେସ ନେତା ଦିବ୍ୟା ସ୍ପନ୍ଦାନା ଓରଫ ରାମ୍ୟାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ଏହା ପରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଅଭିନେତ୍ରୀଙ୍କ ଦେହାନ୍ତରେ ପ୍ରଶଂସକମାନେ ଶୋକ ଆରମ୍ଭ କରିଥିଲେ। କିନ୍ତୁ ବର୍ତ୍ତମାନ ଅଭିନେତ୍ରୀଙ୍କ ମୃତ୍ୟୁ ଖବର ମିଛରେ ପରିଣତ ହୋଇଛି। ବାସ୍ତବରେ ଜଣେ ସାମ୍ବାଦିକ ଦାବି କରିଛନ୍ତି ଯେ ଦିବ୍ୟା ସ୍ପନ୍ଦାନା ଜୀବନ୍ତ ଏବଂ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ତାଙ୍କର ଦାବିକୁ ଦୃଢ ଼ କରିବା ପାଇଁ ସାମ୍ବାଦିକ ଅଭିନେତ୍ରୀ ତଥା ନେତା ଦିବ୍ୟା ସ୍ପନ୍ଦାନା ଓରଫ ରାମ୍ୟାଙ୍କ ସହ ତାଙ୍କର ଶେଷ ସାକ୍ଷାତକାରର ଫଟୋ ମଧ୍ୟ ସେୟାର କରିଛନ୍ତି।

ସୂଚନାଯୋଗ୍ୟ, ଦିବ୍ୟା ସ୍ପନ୍ଦାନାଙ୍କ ଦେହାନ୍ତ ଖବର ପାଇବା ପରେ ସାମ୍ବାଦିକ ଟୁଇଟ କରି ଦାବି କରିଛନ୍ତି ଯେ ଅଭିନେତ୍ରୀ ଜୀବନ୍ତ ଏବଂ ସମ୍ପୂର୍ଣ୍ଣ ଭଲ ଅଛନ୍ତି। ସାମ୍ବାଦିକ ତାଙ୍କ ଟୁଇଟରେ ଲେଖିଛନ୍ତି, ‘ମୁଁ ଦିବ୍ୟା ସ୍ପନ୍ଦାନାଙ୍କ ସହ କଥା ହୋଇଛି। ସେ ଠିକ ଅଛନ୍ତି। ସେ ଆସନ୍ତାକାଲି ବେଙ୍ଗାଲୁରୁକୁ ଫେରିବେ।

Share