ସମୁଦ୍ର କୂଳରୁ ପୁଣି ମୃତ ଡଲ୍‌ଫିନ ଠାବ

ପାରାଦୀପ,୧୧।୧୧(ସ୍ବ.ପ୍ର.):ପାରାଦୀପ ସମୁଦ୍ର କୂଳରୁ ଗୁରୁବାର ପୁଣି ଏକ ମୃତ ଡଲ୍‌ଫିନ ମାଛ ମିଳିଛି। କୁଜଙ୍ଗ ବନାଞ୍ଚଳ ବିଭାଗ ପକ୍ଷରୁ ତାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି ରେଞ୍ଜ ଅଫିସର ରଞ୍ଜନ ମିଶ୍ର କହିଛନ୍ତି। ଏହାର ଲମ୍ବ ୩ ଫୁଟ ୫ ଇଞ୍ଚ ହେବ ବୋଲି କୁହାଯାଇଛି। ନଭେମ୍ବର ୭ ଓ ୮ ତାରିଖରେ ଲଗାତାର ଦୁଇଟି ମୃତ ଡଲ୍‌ଫିନ ଠାବ କରାଯାଇଥିଲା। ଏସବୁ ଡଲ୍‌ଫିନ୍‌ ବଟଲନୋଜ ପ୍ରଜାତିର ବୋଲି ବନବିଭାଗ ସୂଚନା ଦେଇଛି। ଏ ସମ୍ପର୍କରେ ମିଶ୍ରଙ୍କୁ ପଚାରିଲେ, ବ୍ୟବଚ୍ଛେଦ ରିପୋର୍ଟ ଆସିଲେ କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି।

Share