ନଦୀରେ ଭାସୁଛି କୁଢ଼ କୁଢ଼ ମଲାମାଛ

ଆନନ୍ଦପୁର,୧୮।୬(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଜଳସୁଆଁ ନିକଟ କୁଶେଇ ନଦୀର ଗଣ୍ଡଠାରୁ ୧ କି.ମି. ପର୍ଯ୍ୟନ୍ତ ତଳମୁଣ୍ଡରେ କୁଢ଼ କୁଢ଼ ମଲାମାଛ ଭାସିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ରବିବାର ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଖବର ପ୍ରଚାର ପରେ ଭାସୁଥିବା ମାଛକୁ ସାଉଁଟିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖାଦେଇଥିଲା। କେବଳ ମାଛ ନୁହେଁ ସେଠାରେ କୋଚିଆ, ଗେଣ୍ଡା, କଇଁଛ ପ୍ରଭୃତି ଜଳଚର ଜୀବ ମଧ୍ୟ ମରି ଭାସୁଥିବା ଦେଖିବାକୁ ମିଳିଥିଲା। ତେବେ ମଛ ମଡକକୁ ନେଇ ସ୍ପଷ୍ଟ କାରଣ ମିଳି ନ ଥିବାବେଳେ କେହି ଜଣେ ବିଷ ପକାଇ ଦେଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଆଲୋଚନା ହେଉଛି। ଘଟଣା ଜାଣିବା ପରେ ଉପଜିଲାପାଳ ଅନିଲ କୁମାର ସେଠୀ ସ୍ଥାନୀୟ ଆର୍‌ଆଇଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ସ୍ଥାନୀୟ ସରପଞ୍ଚଙ୍କ ସହାୟତାରେ ଡାକବାଜି ଯନ୍ତ୍ର ଯୋଗେ ମଲାମାଛ ନ ଖାଇବାକୁ ଲୋକଙ୍କୁ ସଚେତନ କରାଯାଇଛି।

Share