ତଣ୍ଟିରେ ଲାଖିଲା ଗୁଲୁଗୁଲା, ଚାଲିଗଲା ଜୀବନ

ମୋରଡା,୭। ୧୧(ସ୍ମାରକ ମାଜୀ)- ଚ୍ୟାଲେଞ୍ଜ ହେଲା କାଳ। ଚ୍ୟାଲେଞ୍ଜରେ ଗୁଲୁଗୁଲା ଖାଉଖାଉ ତଣ୍ଟିରେ ଲାଗିଯାଇ ଅଣନିଶ୍ୱାସୀ ହେବାରୁ ଚାଲିଗଲା ଯୁବକଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ତଥା ବେତନଟୀ ଥାନା ତଥା ବଡ଼ଜାମବଣି ଫାଣ୍ଡି ଅଧୀନ ଦାନ୍ତିଆମୁହାଁ ଗ୍ରାମରେ । ମୃତକ ଜଣକ ହେଉଛନ୍ତି ସ୍ବର୍ଗତ ବିଦ୍ୟାଧର ମହାନାୟକଙ୍କ ପୁଅ ଶିରୀଶଚନ୍ଦ୍ର ମହାନାୟକ(୪୨) ।
ସୂଚନା ଅନୁଯାୟୀ, ଦାନ୍ତିଆମୁହାଁ ସାପ୍ତାହିକ ହାଟରେ ଏକ ଜଳଖିଆ ଦୋକାନକୁ ଶିରୀଶ ଯାଇଥିଲେ । ସେଠାରେ ଚ୍ୟାଲେଞ୍ଜରେ ଏକସଙ୍ଗେ ଚାରିଗୋଟି ଗୁଲୁଗୁଲା ଏବଂ ଗୋଟିଏ ମାଲପୁଆକୁ ପାଟିରେ ପୁରାଇ ଖାଇବାକୁ ଆରମ୍ଭ କରିବା ବେଳେ ତାହା ତାଙ୍କ ତଣ୍ଟିରେ ଲାଖି ଯାଇଥିଲା। ଫଳରେ ଅଣନିଶ୍ୱାସୀ ହୋଇ ଶିରୀଶ ଗୁରୁତର ହୋଇପଡ଼ିଥିଲେ। ତେବେ ପାଖରେ ଥିବା ଲୋକ ତାଙ୍କୁ ପାଣି ପିଆଇଥିଲେ। ହେଲେ ପାଣି ନାକ ପଟୁ ବାହାରି ଆସିଥିଲା। ଶିରୀଶ ଛଟପଟ ହୋଇ ତଳେ ପଡିଯାଇଥିଲେ। ଏହାପରେ ସ୍ଥାନୀୟଲୋକେ ଉଦ୍ଧାରକରି ବାରିପଦା ଡାକ୍ତରଖାନା ନେଇଥିଲେ ସୁଦ୍ଧା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Share