Advertisement

ମୃତ ହେଟାବାଘର ନଖ କାଟିନେଲେ

କୋକସରା:୧୧।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା ୨୬ ନମ୍ବର ଜାତୀୟ ରାଜପଥ ଆମପାଣି ସାଗରପଡ଼ା ନିକଟରେ ଏକ ଗାଡି ଧକ୍କାରେ ଏକ ହେଟାବାଘର ମୃତ୍ୟୁ ଘଟିଛି। ବାଘଟି ରାସ୍ତା ପାରି ହେଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିବା ବନ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି।

ହେଲେ କିଛି ଅସାମାଜିକ ଲୋକ ହେଟାବାଘର ନଖ କାଟି ନେଇଥିବା ଜଣାପଡିଛି। ଖବର ପାଇ ଆମପାଣି ଫରେଷ୍ଟର ଜଗନ୍ନାଥ ନାଗ ବନ କର୍ମଚାରୀଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ବନ କର୍ମଚାରୀ ମୃତ ହେଟାବାଘକୁ କୋକସରା ପ୍ରାଣୀ ଚିକତ୍ସାଳୟକୁ ଆଣି ଥିଲେ। ସେଠାରେ ବାଘର ବ୍ୟବଚ୍ଛେଦ କରାଯାଇଥିଲା। ପରେ ବନ ବିଭାଗ ବାଘକୁ ପୋତି ଦିଆଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share