Categories: ଜାତୀୟ

ମୃତଦେହକୁ ଦ୍ୱିତୀୟ ଡୋଜ୍‌

ଅନନ୍ତପୁର(ଆନ୍ଧ୍ରପ୍ରଦେଶ),୧୪।୯: ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲାରେ ଜଣେ ମୃତ ବ୍ୟକ୍ତିଙ୍କୁ କୋଭିଡ-୧୯ର ଦ୍ୱିତୀୟ ଡୋଜ୍‌ ଟିକା ଦିଆଯାଇଛି। ଏନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକଙ୍କ ପୁଅ ବ୍ୟବହାର କରୁଥିବା ମୋବାଇଲ ଫୋନକୁ ଏକ ମେସେଜ ଆସିଥିଲା। ସେଥିରେ ତାଙ୍କ ବାପାଙ୍କୁ ଜିଲାର ଏକ ଟିକାକରଣ କେନ୍ଦ୍ରରେ କୋଭିଡ୍‌ ଟିକା ଦିଆଯାଇଥିବା ଦର୍ଶାଯାଇଥିଲା। ହେଲେ ହିନ୍ଦୁପୁର ସହରର ଅନନ୍ତପୁରରେ ରହୁଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ଗତ ଜୁଲାଇରେ ମତ୍ୟୁ ଘଟିଥିଲା। କିନ୍ତୁ ତାଙ୍କ ପୁଅଙ୍କ ମୋବାଇଲକୁ କରୋନା ଟିକା ଦିଆଯିବା ନେଇ ଆସିଥିବା ମେସେଜ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ଟିକାକରଣ ପ୍ରକ୍ରିୟାରେ ଜଡିତ ଅଧିକାରୀ ଠିକ୍‌ ଭାବେ ସେମାନଙ୍କ କର୍ତ୍ତବ୍ୟ ପାଳନ କରୁନାହାଁନ୍ତି। କୋଓି୍ବନ ଆପ୍‌ରେ ଟିକାକରଣ ପାଇଁ ମୃତ ବ୍ୟକ୍ତିଙ୍କୁ ପଞ୍ଜୀକୃତ କରାଯାଉଛି।

Share