Categories: ଜାତୀୟ

ଭୋଟ୍‌ ଦେବାକୁ ଗଲେ ମୃତ ବ୍ୟକ୍ତି!

ନୂଆଦିଲ୍ଲୀ,୫ା୧୨: ଦିଲ୍ଲୀରେ ବହୁ ଚର୍ଚ୍ଚିତ ଏମ୍‌ସିଡି ନିର୍ବାଚନ ରବିବାର ଶେଷ ହୋଇଛି। କିନ୍ତୁ ଏହି ନିର୍ବାଚନରେ ମତଦାନ କରିବା ପାଇଁ ବୁଥ୍‌କୁ ଯାଇଥିବା ଜଣେ ଲୋକଙ୍କୁ ଦେଖି ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଥିଲେ। ୬୭ ବର୍ଷୀୟ ଜୟପାଲ ସେମାନଙ୍କ ମଧ୍ୟରୁ ଜଣେ। ଡିସେମ୍ବର ୪ରେ ଜୟପାଲ ଜାଣିବାକୁ ପାଇଲେ ଯେ, ସେ ମୃତ ଅଟନ୍ତି। ଯେତେବେଳେ ସେ ନାଙ୍ଗଲୋଇର ଏକ ମତଦାନ ବୁଥ୍‌ରେ ପହଞ୍ଚିଥିଲେ, ସେତେବେଳେ ମତଦାନ ଅଧିକାରୀ ତାଙ୍କୁ କହିଥିଲେ, ତାଙ୍କ ନାମ ଭୋଟର ତାଲିକାରେ ନାହିଁ। କାରଣ ରେକର୍ଡ ଅନୁଯାୟୀ ଜୟପାଲ ମରିସାରିଛନ୍ତି। ଯାହାକୁ ନେଇ ଭୋଟ୍‌ ସମୟରେ ସହରରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଖାଲି ଜୟପାଲ ନୁହନ୍ତି, ଅନେକ ଭୋଟର ନିର୍ବାଚନ ତାଲିକାରୁ ବାଦ୍‌ ପଡ଼ିଥିଲେ। ତାଲିକାରେ ସେମାନଙ୍କ ନାମ ଖୋଜି ପାଇ ନ ଥିଲେ। ଯେଉଁମାନେ ଭୋଟ୍‌ ଦେଇପାରି ନ ଥିଲେ ସେମାନଙ୍କ ମଧ୍ୟରେ ଦିଲ୍ଲୀ କଂଗ୍ରେସ ସଭାପତି ଅନିଲ ଚୌଧୁରୀ ମଧ୍ୟ ଥିଲେ।

Share