ରନ୍ଧା ମଦ ପ୍ରସ୍ତୁତିରେ ବ୍ୟବହୃତ ହେଉଛି ମଲାମୂଷା, ଭାଇରାଲ ହେଉଛି ଭିଡିଓ

ଥୁଆମୂଳ ରାମପୁର,୧୮ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଦୁର୍ଗମ ଅଞ୍ଚଳରେ ଏବେ ଦେଶୀ ହାତ ରନ୍ଧା ମଦ କାରବାର ବଢ଼ିବାରେ ଲାଗିଛି। ତେବେ ଏହି ଦେଶୀ ହାତରନ୍ଧା ମଦ ରାନ୍ଧିବାକୁ ହେଲେ କେଉଁ ପ୍ରକାରର କୌଶଳ ଅବଳମ୍ବନ କରାଯାଉଛି ତାହା ଜାଣିବା ମଧ୍ୟ ମୁସ୍କିଲ ହୋଇପଡୁଛି। ଏହାରି ଭିତରେ ଜିଲାର ଥୁଆମୂଳ ରାମପୁର ବ୍ଲକର ଏକ ଜଙ୍ଗଲରେ ଦେଶୀ ମଦ ରାନ୍ଧିବା ପାଇଁ କିପରି ମଲା ମୂଷା ବ୍ୟବହାର କରାଯାଉଛି ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି।

କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅବକାରୀ ବିଭାଗ ପକ୍ଷରୁ ବ୍ଲକର ଅଡ୍ରୀ ସ୍ଥିତ ଟାଙ୍ଗରି ଗ୍ରାମର ଏକ ଜଙ୍ଗଲରେ ବେଆଇନ ଦେଶୀ ମଦରନ୍ଧା ହେଉଥିବା ଖବର ପାଇଁ ଚଢ଼ାଉ କରାଯାଉଥିଲ। ଏହି ସମୟରେ ରନ୍ଧା ମଦ ପ୍ରସ୍ତୁତରେ କିଭଳି ମଲା ମୂଷା ବ୍ୟବହାର କରାଯାଉଛି ତାହା ଦେଖିବାକୁ ମିଳିଥିଲା। ଅଧିକ ନିଶା ପାଇଁ ଏପରି ମଲା ମୂଷା ବ୍ୟବହାର କରାଯାଇଥାଏ ବୋଲି ଜଣାପଡିଛି।
ପୂର୍ବରୁ ଖବର ପାଇ ଘଟଣାସ୍ଥଳରୁ ଚୋରା ମଦକାରବାର କରୁଥିବା ବ୍ୟକ୍ତି ସେଠାରୁ ଫେରାର ହୋଇଯାଇଥିଲେ। ଅବକାରୀ ଚଢ଼ାଉ ସମୟରେ ସେଠାରୁ ୬ କୁଇଣ୍ଟାଲ ମହୁଲ ପୋଚ୍‌ ଜବତ କରିଥିବା ଜଣାପଡ଼ିଛି । ରନ୍ଧା ମଦ ପିଉଥିବା ବ୍ୟକ୍ତି ଏପ୍ରକାର ମହୁଲ ପୋଚ୍‌ରେ ତିଆରି ମଦ ପିଉନ୍ତୁ ନାହିଁ, ନିଜର ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ବୋଲି ସ୍ଥାନୀୟ ଅବକାରୀ ଅଧିକାରୀ ପୃଥ୍ବୀରାଜ ବାଗ୍‌ ପ୍ରକାଶ କରିଛନ୍ତି।

Share