ମିଳିଲା ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ

ପୁରୀ ଅଫିସ,୩୦।୧: ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସି ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଶୁକ୍ରବାର ୭ଜଣ ପର୍ଯ୍ୟଟକ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୬ଜଣଙ୍କୁ ସ୍ଥାନୀୟ ନୋଳିଆ ଉଦ୍ଧାର କରିଥିବା ବେଳେ ଜଣଙ୍କର ପତ୍ତା ମିଳି ନ ଥିଲା। ଶନିବାର ଚର୍କତୀର୍ଥ ନିକଟରୁ ଉକ୍ତ ପର୍ଯ୍ୟଟକଙ୍କ ମୃତଦେହ ଜବତ କରାଯାଇଛି। ମୃତକ ଝାଡ଼ଖଣ୍ଡର ଦୀପକ କୁମାର ବୋଲି ଜଣାପଡ଼ିଛି।