Advertisement

ବାପା-ପୁଅଙ୍କୁ ମରଣାନ୍ତକ ଆକ୍ରମଣ, ଘରେ ବୋମାମାଡ଼

ପୁରୀ,୧୭।୯: ପୁରୀ ବଳିଆପଣ୍ଡା ଥାନା ନାଲିପଡ଼ିଆ ଅଞ୍ଚଳରେ ମଙ୍ଗଳବାର ଏକ ଅଘଟଣ ଘଟିଛି। କେତେକ ଦୁର୍ବୃତ୍ତଙ୍କ ମାରଣାସ୍ତ୍ରରେ ବାପା-ପୁଅଙ୍କୁ ଗୋଡାଇ ଗୋଡାଇ ମରଣାନ୍ତକ ଆକ୍ରମଣ କରିଛନ୍ତି। ଫଳରେ ବାପା, ପୁଅଙ୍କୁ ଗୁରୁତର ଅବସ୍ଥାରେ ପୁରୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏପରିକି ଆକ୍ରମଣ ପରେ ଦୁର୍ବୃତ୍ତମାନେ ଘର ଉପରକୁ ବୋମାମାଡ଼ କରି ଫେରାର ହୋଇଯାଇଥିବା ଜଣାପଡିଛି।

ପୂର୍ବଶତ୍ରୁତାରୁ ଏହି ଆକ୍ରମଣ ଏବଂ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ଖବର ପାଇ ଦୁର୍ବୃତ୍ତ ଫେରାର ବଳିଆପଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆମ୍ଭ କରିଛି। ଏପରିକି ଦୁର୍ବୃତ୍ତମାନଙ୍କୁ ଧରିବା ନେଇ ଖାନଭିନ୍‌ ଚଳାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share