ଟ୍ରକ୍‌ ଚାଳକଙ୍କୁ ମରଣାନ୍ତକ ଆକ୍ରମଣ କରି ଦୁର୍ବୃତ୍ତ ଲୁଟିନେଲେ ୧୩ ହଜାର

ଲଖନପୁର,୨୨।୨୦(ଡି.ଏନ୍‌.ଏ): ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଅନ୍ତର୍ଗତ ରମ୍ପେଲା ବ୍ରିଜ ନିକଟରେ ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ଜଣେ ଟ୍ରକ ଚାଳକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ତାଙ୍କ ନିକଟରୁ ୧୩ ହଜାର ଟଙ୍କା ଲୁଟିନେଇ ଫେରାର ହୋଇଯାଇଛନ୍ତି । ଆହତ ଚାଳକ ଜଣଙ୍କ ହେଲେ ବନ୍ଧବାହାଲର ସୀମାଞ୍ଚଳ ବରାଡ(୪୫)। ତାଙ୍କୁ ଗୁରୁତର ଅବସ୍ଥାରେ ମଙ୍ଗଳବାର ସକାଳେ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଚଳାଇଛି।