Categories: ଖେଳ

ଫିଫା ବିଶ୍ୱକପ୍‌ ୨୦୨୩: ଓପନିଂ ମ୍ୟାଚ୍‌ ପୂର୍ବରୁ ଦଳ ରହୁଥିବା ହୋଟେଲ ନିକଟରେ ଫୁଟିଲା ଗୁଳି; ୩ ମୃତ

ଅକଲ୍ୟାଣ୍ଡ,୨୦।୭: ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ଦ୍ୱାରା ଆୟୋଜିତ ମହିଳା ଫିଫା ବିଶ୍ୱକପ୍‌ ୨୦୨୩ ଗୁରୁବାରଠାରୁ ଆରମ୍ଭ ହେବ। ଆୟୋଜକ ନ୍ୟୁଜିଲାଣ୍ଡ ଏବଂ ନରଓ୍ବେ ମଧ୍ୟରେ ପ୍ରଥମ ମ୍ୟାଚ୍‌ ଖେଳାଯିବ। ହେଲେ ଏହି ମ୍ୟାଚ୍‌ର କିଛି ଘଣ୍ଟା ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଅକଲ୍ୟାଣ୍ଡରେ ଯେଉଁଠାରେ ଦଳମାନେ ରହୁଛନ୍ତି, ସେହି ହୋଟେଲ ନିକଟରେ ହଠାତ୍‌ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ସେହିଭଳି ଘଟଣାରେ କିଛି ପୋଲିସ କର୍ମଚାରୀଙ୍କ ସମେତ ୬ ଆହତ ହୋଇଛନ୍ତି।

ନରଓ୍ବେ ଅଧିନାୟମ ମାରେନ୍‌ ମଜେଲ୍‌ଡେ କହିଛନ୍ତି, ଦଳ ରହୁଥିବା ସ୍ଥାନରୁ ୩୦୦-୪୦୦ ମିଟର ଦୂରରେ ଗୁଳି ବିନିମୟ ହୋଇଥିଲା। ଘଟଣା ପରେ ଅନେକ ହେଲିକପ୍ଟର ଏବଂ ଜରୁରୀକାଳୀନ ଯାନ ସେଠାରେ ପହଞ୍ଚିଥିଲା। ସେଗୁଡିକର ଶବ୍ଦରୁ ତାଙ୍କ ନିଦ ଭାଙ୍ଗିଥିଲା। ପ୍ରଥମେ କ’ଣ ହେଉଛି ଜଣାପଡ଼ି ନ ଥିଲା। ପରେ ଟେଲିଭିଜନ ଏବଂ ଲୋକାଲ ଗଣମାଧ୍ୟମରେ ଏହି ଖବର ଚାଲିଥିଲା। ସମସ୍ତେ ଶାନ୍ତ ଦେଖାଯାଉଛନ୍ତି। ସାମାନ୍ୟ ଢ଼ଙ୍ଗରେ ଏବେ ଅପରାହ୍ନରେ ଥିବା ମ୍ୟାଚ୍‌ର ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି।

Share