ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା, ୧୫ ମୃତ, ବହୁ ଆହତ…

ଇସଲାମାବାଦ,୬।୮ : ପାକିସ୍ତାନରେ ଏକ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ଘଟିଛି। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ରାୱଲପିଣ୍ଡିରୁ ଚାଲୁଥିବା ହଜାରା ଏକ୍ସପ୍ରେସର ଦଶଟି କୋଚ ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ଜଣଙ୍କର ମୃତ୍ୟୁ ହୋଇଛି। ପାଖାପାଖି ୫୦ ଜଣ ଆହତ ହୋଇଥିବା ଖବର ରହିଛି।

ସାହାରା ରେଳ ଷ୍ଟେଶନ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ଷ୍ଟେଶନ ଶାହାଜାଦପୁର ଏବଂ ନବାବଶାହା ମଧ୍ୟରେ ଅବସ୍ଥିତ ।
ଏହି ଦୁର୍ଘଟଣାରେ ପ୍ରଭାବିତ ଲୋକଙ୍କୁ ନବାବଶାହା ମେଡିକାଲରେ ଭର୍ତ୍ତି କରାଯାଇଛି। ଟ୍ରେନ ଲାଇନଚ୍ୟୁତ ହେବାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଅଧିକାରୀମାନେ ତଦନ୍ତ କରୁଛନ୍ତି।

ପାକିସ୍ତାନୀ ଗଣମାଧ୍ୟମ ପାକିସ୍ତାନ ରେଳ ବିଭାଗର ବିଭାଗୀୟ ଅଧୀକ୍ଷକ ସୁକୁର ମହମ୍ମଦୁର ରେହମାନଏମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।
ପୋଲିସ କହିଛି ଦୁର୍ଘଟଣା ଗ୍ରସ୍ତ ବଗିରୁ ଯାତ୍ରୀଙ୍କୁ ସ୍ଥାନାନ୍ତର କରାଯାଇଛି। ନିକଟସ୍ଥ ଡାକ୍ତରଖାନାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି।
ଏହି ଦୁର୍ଘଟଣାର ଶିକାର ହୋଇଥିବା ହଜାରା ଏକ୍ସପ୍ରେସରେ ଚଳିତ ବର୍ଷ ମାର୍ଚ୍ଚରେ ହାଭେଲିଆନ-କରାଚି ଟ୍ରେନର ସମାନ ଇଞ୍ଜିନ ଲଗାଯାଇଥିଲା। ରେଳ ଅଧିକାରୀଙ୍କ ଅବହେଳା ଯୋଗୁ ମାର୍ଚ୍ଚରେ ଏହି ଟ୍ରେନ ଭୟଙ୍କର ଦୁର୍ଘଟଣାର ଶିକାର ହେବାରୁ ଅଳ୍ପକେ ବର୍ତ୍ତି ଯାଇଥିଲା।

Share