Categories: ଫୁରସତ

ବିଷାକ୍ତ ସାପର ବିଦେଶ ଯାତ୍ରା

ଏକ ସାପ ବିଦେଶ ଯାତ୍ରା କରିଛି। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଗୋଟିଏ ବିଷାକ୍ତ ସାପ ଭାରତରୁ ଇଂଲଣ୍ଡ ଯାତ୍ରା କରିଛି। ସାପଟି ଜାହାଜର ଏକ କଣ୍ଟେନର ଭିତରେ ରହିଯାଇଥିଲା। ସାପକୁ ଧରିବା ପାଇଁ ବ୍ରିଟିଶ ପ୍ରାଣୀ ଚିକିତ୍ସାଳୟର କର୍ମଚାରୀମାନଙ୍କୁ ଡକାଯାଇଥିଲା। ବହୁ ସତର୍କତାର ସହ ସେମାନେ ସାପକୁ ଧରିଥିଲେ। ସାପଟି ଦୁନିଆର ସବୁଠୁ ବିଷାକ୍ତ ସାପ ମଧ୍ୟରେ ଗୋଟିଏ ବୋଲି ଇଂଲଣ୍ଡର ସାଉଥ ଏସେକ୍ସ ୱାଇଲ୍ଡ ଲାଇଫ ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଏହା ବର୍ତ୍ତମାନ ସିଲ୍‌ ହୋଇଥିବା କୋଠରୀରେ ଏକ ତାଲା ପଡିଥିବା ବାକ୍ସରେ ରଖାଯାଇଛି।

Share